ବିନା ପାସରେ ଡାକ୍ତର, ନର୍ସଙ୍କୁ ଛାଡ଼

ବିନା ପାସରେ ଡାକ୍ତର, ନର୍ସଙ୍କୁ ଛାଡ଼

ବିନା ପାସରେ ଡାକ୍ତର, ନର୍ସଙ୍କୁ ଛାଡ଼
କଟକ: ଡାକ୍ତର ଏବଂ ନର୍ସଙ୍କୁ ବିନା ପାସରେ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ଅନୁମତି ନ ଦେବାକୁ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ଏ ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି ପୁଲିସ ଡିଜି ଅଭୟ । ଉଭୟ ଘରୋଇ ଏବଂ ସରକାରୀ ହସ୍ପିଟାଲର କର୍ମଚାରୀଙ୍କୁ ବିନା ପାସରେ ଯିବାକୁ ଅନୁମତି ଦେବାକୁ ମଙ୍ଗଳବାର ରାଜ୍ୟର ସମସ୍ତ ପୁଲିସ ଏସପି/ଡିସିପି, ରେଞ୍ଜ ଡିଆଇଜି / ଆଇଜିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଅନଲାଇନରେ ପାସ ମିଳିବା ବ୍ୟବସ୍ଥା ଆରମ୍ଭ ପର୍ଯ୍ୟନ୍ତ ଏଭଳି ନିଦେ୍ର୍ଧଶ କାର୍ଯ୍ୟକାରୀ ହେବା ନେଇ ସୂଚନା ମିଳିଛି । ରାଜ୍ୟର ୩୦ଟି ଜିଲ୍ଲାରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଏବେ ରୋଗୀ ସେବାକୁ ପ୍ରାଥମିକତା କିଭଳି ମିଳିପାରିବ, ସେ ପ୍ରସଙ୍ଗରେ ପୁଲିସ ଡିଜି ଚିନ୍ତା ପ୍ରକଟ କରିଛନ୍ତି । ଏବେ ସମସ୍ତ ଡାକ୍ତରୀ କର୍ମଚାରୀଙ୍କୁ ପାସ ଏକକାଳୀନ ଯୋଗାଇବା ସମ୍ଭବ ହେଉ ନାହିଁ । ତେବେ, ୨୭ ତାରିଖ ପର୍ଯ୍ୟନ୍ତ ଏମାନଙ୍କୁ ବିନା ପାସରେ ଛଡ଼ାଯିବ । କିନ୍ତୁ ରାସ୍ତାରେ ପୁଲିସର ଚେକିଂ ସମୟରେ ସମ୍ପୃକ୍ତ ଅଫିସ କିମ୍ବା କର୍ମଚାରୀ ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ । ଏହି ପରିଚୟପତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ, ପଦବି, ଫଟୋ ସମ୍ପୃକ୍ତ ସରକାରୀ କିମ୍ବା ଘରୋଇ ହସ୍ପିଟାଲ ପକ୍ଷରୁ ଉଲ୍ଲେଖ ଥିବା ବାଧ୍ୟତାମୂଳକ । ଏଭଳି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟର ସମସ୍ତ ଥାନା ଏବଂ ଫିଲ୍ଡରେ ନିୟୋଜିତ ଅଫିସରଙ୍କୁ ତୁରନ୍ତ ଅବଗତ କରିବା ପାଇଁ ପୁଲିସ ଡିଜି କଡ଼ା ନିଦେ୍ର୍ଧଶ ଦେଇଛନ୍ତି ।