ନୂଆ କରୋନା ଭୂତାଣୁ ବିରୋଧରେ ମଡର୍ଣ୍ଣା ଟିକା କାମ ଦେବ

ନୂଆ କରୋନା ଭୂତାଣୁ ବିରୋଧରେ ମଡର୍ଣ୍ଣା ଟିକା କାମ ଦେବ

ନୂଆ କରୋନା ଭୂତାଣୁ ବିରୋଧରେ ମଡର୍ଣ୍ଣା ଟିକା କାମ ଦେବ
ୱାଶିଂଟନ: ଆମେରିକୀୟ ଭେଷଜ କମ୍ପାନୀ ମଡର୍ଣ୍ଣା ଦ୍ୱାରା ବିକଶିତ କୋଭିଡ ଟିକା ବି୍ରଟେନରେ ସଦ୍ୟ ଦେଖାଦେଇଥିବା ନୂତନ ପ୍ରଜାତିର ରୂପାନ୍ତରିତ କରୋନା ଭୂତାଣୁ ବିରୋଧରେ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ପ୍ରସ୍ତୁତ ଟିକା ଦ୍ୱାରା ଜଣେ ପୀଡିତ ଠାରେ ବିକଶିତ ହେବାକୁ ଥିବା ରୋକ ପ୍ରତିରୋଧକତା ଏହି ନୂତନ ପ୍ରଜାତିର କରୋନା ଭୂତାଣୁର ମଧ୍ୟ ଗତିରୋଧ କରିପାରିବ ବୋଲି କୁହାଯାଉଛି । ତେବେ ଆଗାମୀ ସପ୍ତାହମାନଙ୍କରେ କମ୍ପାନୀ ପକ୍ଷରୁ ଉକ୍ତ ଭୂତାଣୁ ବିରୋଧରେ ଟିକାର ଫଳପ୍ରଦତା ପରୀକ୍ଷା କରାଯିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଅପରପକ୍ଷେ, ଏହି ମଡର୍ଣ୍ଣା ଟିକା ଅଭିନବ କରୋନା ଭୂତାଣୁ ସାର୍ସ କୋଭ-୨ ର ଯେ କୌଣସି ରୂପାନ୍ତର ବିରୋଧରେ କାମ କରିବ ବୋଲି କମ୍ପାନୀ ଆଶାବାଦୀ ଥିବା ଜଣାଯାଇଛି ।