୬ ତାରିଖରୁ କୋଭିଡ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ
୬ ତାରିଖରୁ କୋଭିଡ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ
admin
Feb 3, 2021 - 07:09
Updated: Feb 3, 2021 - 07:09
ଭୁବନେଶ୍ୱର: ବର୍ତମାନ କରୋନା ଟିକା ଦିଆ ଚାଲିଥିବାବେଳେ ଆସନ୍ତା ୬ ତାରିଖରୁ କୋଭିଡ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । କରୋନା ସମୟରେ ନିଜ ଜୀବନକୁ ବାଜି ଲାଗାଇ ଯୁଦ୍ଧ ଲଢ଼ୁଥିବା ପୁଲିସ, ପ୍ରତିରକ୍ଷା ବାହିନୀ, ରାଜସ୍ୱ ବିଭାଗ ଅଧିକାରୀ, ସରପଂଚ, ସମିତି ସଭ୍ୟଙ୍କୁ ଟିକା ଦିଆଯିବ । ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଏମାନଙ୍କୁ ମଧ୍ୟ ମାଗଣାରେ ସରକାର ଟିକା ଦେବେ । ଏହି ସମ୍ମୁଖ ଯୋଦ୍ଧାଙ୍କ ତାଲିକା କରିବା ସହ ଅଧିକ ଟିକାକରରଣ କେନ୍ଦ୍ର ଚିହ୍ନଟ କରିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଟିକା ଦେବାକୁ ଅଧିକାରୀଙ୍କ ତାଲିମ ସାରିବାକୁ ମଧ୍ୟ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୮ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଦିତ୍ୱୀୟ ପର୍ଯ୍ୟାୟରେ ୧ଲକ୍ଷ ୯୨ ହଜାର ୪୩୭ ଜଣଙ୍କ ତାଲିକା ହୋଇଛି । ଗୃହ ବିଭାଗର ୧ଲକ୍ଷ ୫୭ ହଜାର ୩୮୮, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର (ପୌରକର୍ମୀ) ୨୫ ହଜାର ୯୬୧ଓ ରାଜସ୍ୱ ବିଭାଗର ୯ ହଜାର ୮୮ ଜଣଙ୍କୁ ଟିକା ଦିଆଯିବ । ଖୋର୍ଦ୍ଧାରେ ଗୃହ ବିଭାଗର ସର୍ବାଧିକ ୧୭ ହଜାର ୬୨୨ଜଣ, କଟକରୁ ୧୧ ହଜାର ୩୨୨, କୋରାପୁଟରୁ ୧୦ ହଜାର ୧୬୨ ଜଣ ରହିଛନ୍ତି । ନଗର ଉନ୍ନୟନ ବିଭାଗର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ହଜାର ୨୫୩ ଜଣ ରହିଛନ୍ତି । ରାଜସ୍ୱ ବିଭାଗର ସର୍ବାଧିକ ୨ ହଜାର ୭୬ ଜଣ ରହିଛନ୍ତି ।