ନକ୍ସଲ ବିରୋଧରେ ପୋଷ୍ଟର

ନକ୍ସଲ ବିରୋଧରେ ପୋଷ୍ଟର

ନକ୍ସଲ ବିରୋଧରେ ପୋଷ୍ଟର
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଅଞ୍ଚଳରେ ଲାଗିଛି ନକ୍ସଲ ବିରୋଧୀ ପୋଷ୍ଟର । ମାଲକାନଗିିରି ସୀମାନ୍ତ ଗ୍ରାମରେ ମଧ୍ୟ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏହା ସହିତ ନକ୍ସଲଙ୍କୁ ଓ ନକ୍ସଲ ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ଉଦେ୍ଧଶ୍ୟରେ ସମାଜସେବୀ ତଥା ନକ୍ସଲଙ୍କ ବିରୋଧରେ କାମ କରୁଥିବା ଫାରୁକ ଅଲ୍ଲୀ ଏକ ଅଡିଓ ଟେପ ମଧ୍ୟ ଜାରି କରିଛନ୍ତି । ଅଡିଓ ଟେପ ଓ ପୋଷ୍ଟରରେ ଉଲ୍ଲେଖ ଅଛି ଯେ ପ୍ରଜାକୋର୍ଟ କରି ନକ୍ସଲଙ୍କ ଆଦେଶରେ ମିଲିସିଆମାନେ ନିଜର ଲୋକଙ୍କ ପୁଲିସ ଇନଫର୍ମର କରି ହତ୍ୟା କରୁଛନ୍ତି । ଗତ କିଛି ଦିନ ତଳେ ଦୁଇ ଜଣଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଗତ ୧୯ ତାରିଖରେ ନକ୍ସଲ ଏହା ସ୍ୱୀକାର କରିବା ସହ ଏହି ଦୁଇ ଜଣ ବ୍ୟକ୍ତି ପୁଲିସ ଇନଫର୍ମର ଭାବେ କାମ କରୁଥିବା କହିଥିଲେ । ନକ୍ସଲ ସବୁବେଳେ ପୋଷ୍ଟର ଓ ବ୍ୟାନରରେ ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ପାଇଁ ଲଢ଼ୁଥିବା ଦର୍ଶାଉଛନ୍ତି । ହେଲେ ସେହି ଆଦିବାସୀଙ୍କୁ ହତ୍ୟା କରିବା, ବିସ୍ଫୋରଣରେ ସ୍କୁଲ, ବି୍ରଜ ଆଦି ଉଡାଇବା, ହସପିଟାଲ ଭାଙ୍ଗିବା, ପୁଲିସକୁ ଟାର୍ଗେଟ କରିବାକୁ ଆଦିବାସୀଙ୍କୁ ସେମାନଙ୍କର ଜମିରୁ ବେଦଖଲ କରିବା ଭଳି କାମ କରୁଛନ୍ତି । ବନ୍ଧୁକ ମୁନରେ ଲୋକଙ୍କ ଶାସନ କରିବାକୁ ନକ୍ସଲ ଚାହୁଁଛନ୍ତି । ଚୀନ ମାଓବାଦୀଙ୍କ ପରି ସେମାନେ ଆଚରଣ କରୁଥିବା କହିଛନ୍ତି ଫାରୁକ । ଗୋଟିଏ ପାଖରେ ଜଳ, ଜଙ୍ଗଲ ଓ ଜମି ପାଇଁ ଲଢେ଼ଇ କରିବେ କହି ଆଦିବାସୀଙ୍କୁ ମନାଉଛନ୍ତି । ପୁଣି ସେହି ଆଦିବାସୀଙ୍କୁ ହିଁ ସେମାନେ ଜମିରୁ କରୁଛନ୍ତି ବେଦଖଲ । ସୁକମା ଅଞ୍ଚଳର ହାର୍ଡକୋର ନକ୍ସଲ ଗଣେଶ ଉଇକା ଜଣେ ଆଦିବାସୀ ନେତା ବୋଲି ନିଜୟର ପରିଚୟ ଦେଉଛନ୍ତି । ଏବେ ସେ ମୋର ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି କହିଛନ୍ତି ଫାରକୁ ଅଲ୍ଲୀ । ନକ୍ସଲ ନେତା ହିଡମା, ପାପା ରାଓ, ହରିଭୂଷଣ, ଦେବା, ଗଶେଶ ଉଇକାଙ୍କ ସମେତ ଅନ୍ୟ ନକ୍ସଲମାନେ ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ । ପ୍ରଶାସନ ତରଫରୁ ସେମାନଙ୍କ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।