ଖେଳ ହେଲା କାଳ: ବେକରେ ଓଢ଼ଣୀ ଲାଗି ନାବାଳିକା ମୃତ

ଖେଳ ହେଲା କାଳ: ବେକରେ ଓଢ଼ଣୀ ଲାଗି ନାବାଳିକା ମୃତ

ଖେଳ ହେଲା କାଳ: ବେକରେ ଓଢ଼ଣୀ ଲାଗି ନାବାଳିକା ମୃତ
ଭୁବନେଶ୍ୱର: ମାଉସୀ ଘରକୁ ବୁଲିବାକୁ ଆସିଥିଲେ । ହସଖୁସିରେ ଖେଳୁଥିଲେ । କିନ୍ତୁ ସେହି ଖେଳ କାଳ ପାଲଟିଗଲା । ଅସାବଧାନରୁ ବେକରେ ଓଢ଼ଣୀ ଲାଗି ନାବାଳିକାଙ୍କର ମୃତୁ୍ୟ ଘଟଣା ଶୋକର ଛାୟା ଖେଳାଇ ଦେଇଛି । ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଶାନ୍ତିନଗରରେ । ମୃତ ନାବାଳିକା ହେଲା, ନୟାଗଡ଼ ଜିଲ୍ଲା ଓଡଗାଁ ଅଞ୍ଚଳର ଜ୍ୟୋତି ନାୟକ (୯) । ମିିଳିଥିବା ସୂଚନା ଅନୁସାରେ ଜ୍ୟୋତି ପରିବାର ଲୋକଙ୍କ ସହ ଝାରପଡ଼ା ଶାନ୍ତି ନଗରରେ ରହୁଥିବା ମାଉସୀ ଘରକୁ ବୁଲିବାକୁ ଆସିଥିଲା । ୬ ବର୍ଷୀୟ ମାଉସୀ ଝିଅ ଭଉଣୀ ସହ ଖେଳୁଥିଲା । ଝରକା ଉପରେ ଚଢ଼ୁଥିଲେ ତଳକୁ ଓହ୍ଲାଉଥିଲେ । ଏମିତି ଖେଳୁଥିବା ସମୟରେ ଓଢ଼ଣୀ ଗୁଡାଇ ହୋଇ ଝରକା ରେଲିଂରେ ଲାଗି ଯାଇଥିଲା । ତଳକୁ ଯେତେବେଳେ ଓହ୍ଲାଇଥିଲା, ସେହି ସମୟରେ ଝୁଲି ପଡ଼ିଥିଲା ଜ୍ୟୋତି । ଅଚେତ ହୋଇଯିବାରୁ ପରିବାର ଲୋକ ତାକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାର ମୃତ ଘୋଷଣା କରିଥିଲେ । ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।