ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୫୨
ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୫୨
admin
Oct 19, 2020 - 06:37
Updated: Oct 19, 2020 - 06:37
ଭୁବନେଶ୍ବର : ରାଜ୍ୟରେ ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ ଓ ଭୁବନେଶ୍ବରରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ସୁବର୍ଣ୍ଣପୁର, ବଲାଙ୍ଗିର, ଝାରସୁଗୁଡା, ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ, ବରଗଡ, ମୟୂରଭଞ୍ଜ, ଜଗତସିଂହପୁର ନୂଆପଡା ଆଦି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୧୧୫୨କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବରର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ, ୫୪,୭୫ ଓ ୬୫ । କଟକର ତିନି ମୃତକ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ ୬୦ ୪୧, ୪୭ ବର୍ଷ ବୋଲି ସୂଚନା ରହିଛି ।
ସେହିପରି ସୁବର୍ଣ୍ଣପୁରରୁ ଜଣେ ୬୪ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଆନ୍ୟ ଜଣେ ୭୧ ବର୍ଷୀୟ ପୁରୁଷଆକ୍ରାନ୍ତ ରହିଛନ୍ତି । ଝାରସୁଗୁଡାରୁ ୫୪ ବର୍ଷ ଓ ୫୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ ୭୦ ବର୍ଷ ଓ ୫୫ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବୌଦ୍ଧରୁ ୪୦ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବଳେ ବରଗଡରୁ ୫୨ ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ ୪୫ ବର୍ଷ ପୁରୁଷ, ନୂଆପଡାରୁ ୮୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁରରୁ ଜଣେ ୮୨ ବର୍ଷୀୟ ବୃଦ୍ଧ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।