ବିବାଦ ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ରାଜେନ୍ଦ୍ର ପାଲ୍‌ ଗୌତମ

ବିବାଦ ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ରାଜେନ୍ଦ୍ର ପାଲ୍‌ ଗୌତମ

ବିବାଦ ପରେ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ରାଜେନ୍ଦ୍ର ପାଲ୍‌ ଗୌତମ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀପଦରୁ ଇସ୍ତଫା ଦେଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଦିଲ୍ଲୀରେ ଏକ ଧର୍ମ ପରିବର୍ତ୍ତନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଏହାପରେ ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଧାରଣା ପ୍ରଦର୍ଶନ କରାଯାଉଥିଲା । ବର୍ତ୍ତମାନ ସାମାଜିକ ସୁରକ୍ଷା ଓ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ଦିଲ୍ଲୀରେ ଏକ ସାମୁହିକ ଧର୍ମ ପରିବର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ ରାଜେନ୍ଦ୍ର ପାଲ୍‌ ଗୌତମ । ଏହି ସମାରୋହରେ ଅନେକ ଲୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ଏହି ସମାରୋହରେ ହିନ୍ଦୁଧର୍ମର ଦେବାଦେବୀଙ୍କୁ ଅପମାନିତ କରାଯାଇଥିବା ବିଜେପି ଅଭିଯୋଗ କରିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ଏହାପରେ ବିଜେପି ପକ୍ଷରୁ ଉଭୟ ରାଜେନ୍ଦ୍ର ପାଲ୍‌ ଗୌତମ ଓ ଆପ୍‌ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଗତ ଅକ୍ଟୋବର ୫ ତାରିଖରେ ଏହି ସମାରୋହର ଆୟୋଜନ ହୋଇଥିଲା । ଯେଉଁଥିରେ ଶତାଧିକ ଲୋକେ ବୌଦ୍ଧ ଗ୍ରହଣ କରିଥିଲେ । ସେମାନଙ୍କୁ ହିନ୍ଦୁ ଧର୍ମର ଦେବାଦେବୀଙ୍କୁ ପୂଜାର୍ଚ୍ଚନା ନକରିବା ପାଇଁ ସେମାନଙ୍କଠାରୁ ସାମୁହିକ ଶପଥ ଗ୍ରହଣ କରାଯାଇଥିଲା । ତେବେ ବିବାଦ ଉଠିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ ।ସେ କହିଛନ୍ତି, "ବିଜେପି ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛି । ଏଭଳି ପ୍ରୋପଗାଣ୍ଡା ଦ୍ବାରା ଯେକୌଣସି ବ୍ୟକ୍ତି ଆହତ ହେବେ । ମୁଁ ଚାହୁଁନି ଯେ ମୋ ପାଇଁ ମୋର ନେତା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉ । ମୁଁ ମୋର ଦଳର ଜଣେ ସଚ୍ଚା ସିପାହୀ । ମୁଁ ମୋର ସାରା ଜୀବନ ବାବା ସାହେବ ଆମ୍ବେଦକର ଓ ଗୌତମ ବୁଦ୍ଧଙ୍କ ଆଦର୍ଶରେ ଚାଲିବି ।"