ବିଜେପି ହିଁ ସରକାର କରିବ: ଫଡନାବିସ
ବିଜେପି ହିଁ ସରକାର କରିବ: ଫଡନାବିସ
admin
Oct 29, 2019 - 10:21
Updated: Oct 29, 2019 - 10:21
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଥମୁନି ଛକାପଞ୍ଝା । ସରକାର ଗଠନ ନେଇ ବିଜେପି ଓ ଶିବସେନା ନିଜ ନିଜ ଜିଦରେ ଅଟଳ ରହିଛନ୍ତି ।ଫିପଟି ଫିପଟି ଫର୍ମୁଲାରେ ବିଜେପି ସହଯୋଗୀ ଶିବସେନା ଅଟଳ ରହିଥିବାବେଳେ ପରିସ୍ଥିତିକୁ ଅଧିକ ରୋଚକ କରିଛି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ମନ୍ତବ୍ୟ । ମହାରାଷ୍ଟ୍ରରେ ବିଜେପି ହିଁ ସରକାର ଗଠନ କରିବ ବୋଲି ଫଡନାବିସ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏପରିକି ଏନେଇ ସେ ଦଳୀୟ କର୍ମୀଙ୍କୁ ପ୍ରବୋଧନା ମଧ୍ୟ ଦେଇଛନ୍ତି ।
ପ୍ରଥମେ ମୁଖ୍ୟମନ୍ତ୍ରୀ ପଦକୁ ବିଜେପି ହାତକୁ ଟେକି ଦେବାକୁ କହୁଥିବା ଶିବସେନା ଏବେ ନିଜେ ଅଡ଼ି ବସିଛି । ଅଧା ଅଧା କରି ଶାସନ କରିବାକୁ ଶିବସେନା ନିଜ ଜିଦରେ ଅଟଳ ରହିଛି । ମହାରାଷ୍ଟ୍ରରେ କେହି ଦୁଷ୍ୟନ୍ତ ପିତା ଜେଲ୍ରେ ନାହାଁନ୍ତି ବୋଲି ପରୋକ୍ଷରେ ଶିବସେନା ରାଜ୍ୟସଭା ସାଂସଦ ସଂଜୟ ରାଉତ କହିଛନ୍ତି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇଥିଲେ ମଧ୍ୟ ବିଜେପି ମ୍ୟାଜିକ୍ ନମ୍ବର ଛୁଇଁ ପାରି ନାହିଁ । ଫଳରେ ତାକୁ ଶିବସେନା ହାତ ଟେକାକୁ ଅନାଇବାକୁ ପଡ଼ୁଛି । ସେପଟେ ୫୬ଟି ସିଟ୍ ଅକ୍ତିକାର କରିଥିବା ଶିବସେନା ଅଧା ଅଧା ବର୍ଷ ଶାସନ କରିବାକୁ ଜିଦ ଧରିଛି । ଏ ନେଇ ଉଭୟ ପୃଥକ ପୃଥକଭାବେ ରାଜ୍ୟପାଳଙ୍କୁ ଭେଟିଛନ୍ତି । କିନ୍ତୁ ଏ ଯାଏଁ କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ । ତେବେ ମହାରାଷ୍ଟ୍ରରେ କେହି ଦୁଷ୍ୟନ୍ତଙ୍କ ପିତା ଜେଲ୍ରେ ନାହାଁନ୍ତି ବୋଲି ସାଂସଦ କହିଛନ୍ତି । ଆମେ ଧର୍ମ ଓ ସତ୍ୟର ରାଜନୀତି କରୁ । ଶରଦ ପାୱାର ବିଜେପି ଓ କଂଗ୍ରେସର ବିରୋଧରେ ପ୍ରଚାର କଲେ । ସେ କେବେବି ବିଜେପିର ସମର୍ଥନ କରିବେ ନାହିଁ ବୋଲି ସାଂସଦ କହିଛନ୍ତି ।