ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଚାଷୀ ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଚାଷୀ ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ  ଚାଷୀ ମୃତ

ବଲାଙ୍ଗିର: ନିଜ ଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି ଚାଷୀ। ହେଲେ ପରିବାର ଲୋକେ ହତ୍ୟା ଅଭିଯୋଗ ପରି ସଙ୍ଗୀନ ଆରୋପ ଲଗାଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି କରୁଆଝର ଗାଁରେ ଘଟିଛି । ମୃତ ଚାଷୀ ଜଣକ ହେଉଛନ୍ତି ଅନଙ୍ଗ ମଲ୍ଲିକ।  ଏପରିକି ବାରହା ଫାସରେ ପଡ଼ି ଅନଙ୍ଗଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି।
କରୁଆଝର ଗାଁର ଗଙ୍ଗାଧର ସାହୁ ଏବଂ ତାଙ୍କ ପୁଅ ସୁମନ୍ତ ସାହୁ ନିଜ ଚାଷ ଜମି ଚାରିକଡରେ ତାର ବିଛାଇ ବିଦ୍ୟୁତ୍‌ ସଂଯୋଗ କରିଥିଲେ । ଗଙ୍ଗାଧରଙ୍କ ଜମିକୁ ଲାଗିକି ଅନଙ୍ଗ ମଲ୍ଲିକଙ୍କ ଜମି ରହିଛି ।
ଗତକାଲି ରାତିରେ ଅନଙ୍ଗ ନିଜ ଚାଷ ଜମି ନିକଟକୁ ପାଣି ମଡ଼ାଇବାକୁ ଯାଇଥିଲେ । ସେଠାରେ ହଠାତ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛଟପଟ ହୋଇ ଅନଙ୍ଗ ଜୀବନ ହାରିଲେ । ନିଜ ବାପାକୁ ଉଦ୍ଧାର କରିବାକୁ ଯାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୁଅ ରୂପେଶ । ରୂପେଶ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ବିଭାଗକୁ ଖବର ନେଇ ବିଦ୍ୟୁତ୍‌ ସଂଯୋଗ କଟାଇଥିଲେ । ହେଲେ ସେତେବେଳକୁ ଅନଙ୍ଗଙ୍କର ଜୀବନ ଚାଲି ଯାଇଥିଲା।