ବିଧାନସଭା ଚାଲିପାରୁନି, କାହିିଁକି ଚାଲିପାରୁନି ନିଜକୁ ପଚାରିବା ଉଚିତ : ସୌମ୍ୟରଂଜନ

ବିଧାନସଭା ଚାଲିପାରୁନି, କାହିିଁକି ଚାଲିପାରୁନି ନିଜକୁ ପଚାରିବା ଉଚିତ : ସୌମ୍ୟରଂଜନ

ବିଧାନସଭା ଚାଲିପାରୁନି, କାହିିଁକି ଚାଲିପାରୁନି ନିଜକୁ ପଚାରିବା  ଉଚିତ : ସୌମ୍ୟରଂଜନ
ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ବିଧାନସଭା ସମସ୍ତଙ୍କର, ଏହା ଚାଲିବା ଗଣତନ୍ତ୍ର ପାଇଁ ଶୁଭଙ୍କର । ଯଦି ଏହା ଚାଲିପାରୁନି, କାହିିଁକି ଚାଲିପାରୁନି ନିଜକୁ ପଚାରିବା ଉଚିତ । କ’ଣ କରିବା ଦରକାର ଯଦି ଆମେ ଉତର ନିଜେ ପାଇପାରୁନୁ । ଆମେ କେହି ବିଧାନସଭାରେ ରହିବାକୁ ଯୋଗ୍ୟ ନୁହେଁ ବୋଲି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି । ପ୍ରକାଶଯେ, ଆଜି ବି ଚାଲି ପାରିଲାନି ଗୃହ। ଧାନ କିଣା ପ୍ରସଙ୍ଗରେ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି ଦିଅନ୍ତୁ। ତା' ପରେ ବିଧାନସଭା ଚାଲିବ। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ। ନଚେତ୍‌ବିଧାନସଭା ଚଳାଇ ଦିଆଯିବ ନାହିଁ। ଏମିତି ଜିଦରେ ଅଡ଼ି ବସିଛନ୍ତି ବିରୋଧୀ ଓ ଶାସକ। ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଲଗାତାର ୬ ଦିନ ପାଇଁ ଗୃହରେ ସମାନ ସ୍ଥିତି । ବିଧାନସଭାରେ ଉଭୟ ଶାସକ-ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ଏସବୁ ଭିତରେ ବିଜେଡିର ବିଧାୟକ ମାନେ ଲୋକସେବା ଭବନ ଅଭିମୁଖେ ଯାତ୍ରା କରିଥିଲେ । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୂରା ପ୍ରସଙ୍ଗରେ ଆଲୋଚନା କରିଥିଲେ ବିଜେଡି ବିଧାୟକ । ବିଜେଡିର ବିଧାୟକ ମାନେ ଲୋକସେବା ଭବନ ଅଭିମୁଖେ ଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଆପତି ଜଣାଇଥିଲେ । ବିଜେଡି ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଥିଲେ । ଆମେ ୫୦ ରୁ ଅଧିକ ବିଧାୟକ ଲୋକସେବା ଭବନ ଯାଇଥିଲୁ । ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆପତି ଜଣାଇଲୁ । ଅଚଳାବସ୍ଥା ଦୂର ହୋଇ କିପରି ସ୍ୱାଭାବିକ ଅବସ୍ଥା ଫେରିବ ଆଲୋଚନା କଲୁ । ମୁଖ୍ୟମନ୍ତ୍ରୀ ଗୃହର ସର୍ବେସର୍ବା, ଏନେଇ ସେ ବିହିତ ପଦକ୍ଷେପ ନେବେ । ଭିସିରେ ଆଲୋଚନା ପରେ ବିଜେଡି ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଥିଲେ । ଗତକାଲି ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଭେଟି ଫେରାଦ ହୋଇଥିଲେ ବିଜେଡି ବିଧାୟକ । ଗୋଟିଏ ପଟେ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବାରମ୍ବାର ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏଁ କୌଣସି ସମାଧାନର ସୂତ୍ର ବାହାରିନାହିଁ । ଉଭୟ ଶାସକ-ବିରୋଧୀ ନିଜ ଜିଦରେ ଅଟଳ ରହିବା କାରଣରୁ ଦ୍ୱିତୀୟ ପର୍ୟ୍ୟାୟର ଷଷ୍ଠ ଦିନରେ ମଧ୍ୟ ଗୃହ କାର୍ୟ୍ୟ ଏଯାଏଁ ଚାଲିପାରିନି ।