ବିଦେଶରେବି ରାଜ କରୁଛି ପଠାନ
ବିଦେଶରେବି ରାଜ କରୁଛି ପଠାନ
ନୂଆଦିଲ୍ଲୀ: ଭାରତୀୟ ବକ୍ସ ଅଫିସରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ ପଠାନ’ ଅଟକିବାର ନା ନେଉନାହିଁ । ଚାରିଆଡେ ଏହାର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ୪୦୦ କୋଟିରୁ ଅଧିକ କଲେକ୍ସନ୍ କରିସାରିଥିବା ଏହି ଫିଲ୍ମଟି ରିଲିଜ୍ ହେବା ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ସେମାନେ ସେଲିବେ୍ରସନ୍ କରିବାର କୌଣସି ମଉକା ଛାଡୁନାହାଁନ୍ତି। ଏବେ ତାଙ୍କ ପ୍ରଶଂସକଙ୍କମାନେ ଜର୍ମାନୀରେ ମଧ୍ୟ ‘ ପଠାନ୍’ ଚଳଚ୍ଚିତ୍ରକୁ ନେଇ ସେଲିବେ୍ରସନ୍ କରିଛନ୍ତି। ପଠାନ୍ ଫିଲ୍ମର ହିଟ୍ ଗୀତ ‘ଜୁମ୍ ମେ ଜୋ ପଠାନ୍’ ଗୀତରେ ନାଚୁଥିବାର ଏକ ନୂଆ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହି ଅଭିନେତାଙ୍କ ଜଣେ ପ୍ରଶଂସକ ନିଜ ଟ୍ୱିଟର ଆକାଉଣ୍ଟରୁ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ” iamsrk ଜର୍ମାନୀ ମଧ୍ୟ ଆପଣଙ୍କ ସହ ନାଚୁଛି। ମାଇନସ୍ ଡିଗ୍ରୀ ସେଲସିୟସରେ। ମୁଁ ଆଶା କରେ ଆପଣ ଆଉଥରେ ଏଠାକୁ ଆସିବେ। ” ଏହି କ୍ଲିପ୍ରେ ଦେଖିବାକୁ ମିଳୁଛି କି, ଏକ ଗ୍ରୁପ୍ ରେ କିଛି ଲୋକମାନେ ଜର୍ମାନୀର ହେମ୍ବବର୍ଗ ରାସ୍ତାରେ ଥଣ୍ଡା ପାଗରେ ଏକତ୍ରିତ ହୋଇଛନ୍ତି। ଏବଂ ପଠାନ୍ ଫିଲ୍ମ ର ହିଟ୍ ନମ୍ବର ଉପରେ ଡ୍ୟାନ୍ସ ପ୍ରଦର୍ଶନ କରୁଛନ୍ତି ତା ପୁଣି ହୁକ୍ ଷ୍ଟେପରେ ।
ଏହି ଭାଇରାଲ୍ କ୍ଲିପ୍ ଅନ୍ୟ କାହାର ନୁହେଁ ବରଂ ଖୋଦ୍ ଶାହରୁଖ ଖାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ଏହି ଡ୍ୟାନ୍ସକୁ ଦେଖି ଖୁବ୍ ଆନନ୍ଦିତ ହୋଇଥିଲେ। ସେ ଭିଡିଓ ଟିରେ ପ୍ରତିକ୍ରିୟା କରି ଲେଖିଛନ୍ତି, ” Oh yes Germany….thank u for dancing in the cold!!’ ‘ ଅଭିନେତାଙ୍କ ଟ୍ୱିଟ୍ ପରେ ଅତ୍ୟଧିକ ଖୁସି ହୋଇ ଫ୍ୟାନ୍ସ ଜଣକ ନିଜ ଆକାଉଣ୍ଟ୍ ରେ ଭିଡିଓ ସେୟାର କରି ” @iamsrk ଲେଖିବା ସହିତ। ମୁଁ ବର୍ତ୍ତମାନ ଖୁସିରେ ମରିପାରେ। ”ବୋଲି ପ୍ରତିକ୍ରିୟା ଦେଇଥିଲେ। ଅନ୍ୟ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ମଧ୍ୟ ଏହି ଡ୍ୟାନ୍ସ ଖୁବ୍ ପସନ୍ଦ କରିଥିଲେ ଏବଂ ହୃଦୟସ୍ପର୍ଶୀ ମନ୍ତବ୍ୟ ଏବଂ ଇମୋଜି ସହିତ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।




admin 