ଆଉ ଜଣେ ଯୁବତୀଙ୍କ ସହ ଭାଇରାଲ ହେଲା ତିର୍ତ୍ତୋଲ ରସିକିଆ ବିଧାୟକଙ୍କ ଫଟୋ

ଆଉ ଜଣେ ଯୁବତୀଙ୍କ ସହ ଭାଇରାଲ ହେଲା ତିର୍ତ୍ତୋଲ ରସିକିଆ ବିଧାୟକଙ୍କ ଫଟୋ

ଆଉ ଜଣେ ଯୁବତୀଙ୍କ ସହ ଭାଇରାଲ ହେଲା ତିର୍ତ୍ତୋଲ ରସିକିଆ ବିଧାୟକଙ୍କ ଫଟୋ

ଜଗତସିଂହପୁର: ପୁଣି ଜଣେ ତରୁଣୀଙ୍କ ସହ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଗୋଟିଏପଟେ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କ ଗିରଫଦାରି ଦାବିକୁ ନେଇ ଦୁଇ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ରାଜରାସ୍ତା ହୁଲସ୍ତୁଲ୍‌ କରୁଥିବା ବେଳେ  ପୁଣି ବିଜୟଙ୍କ ସହ ଅନ୍ୟ ଜଣେ ତରୁଣୀଙ୍କ ଫଟୋ ଭାଇରାଲ୍‌ ହେବା ଅଞ୍ଚଳରେ ଆଲୋଡ଼ନ ଖେଳାଇଛି ।

କିଏ କହୁଛି ଭାଇରାଲ୍‌ ହୋଇଥିବା ଫଟୋରେ ଯେଉଁ ମହିଳା ଅଛନ୍ତି ତାଙ୍କ ଘର କଟକ । କିନ୍ତୁ ସେ ଜଗତସିଂହପୁର ଜିଲ୍ଲାରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ରାଜ୍ୟ ବାହାରେ ସଂସାର କରିଥିଲେ । ଏମିତିକି ଉଭୟଙ୍କ ଔରସରୁ ଏକ ସନ୍ତାନ ରହିଛି । କିନ୍ତୁ ଦାମ୍ପତ୍ୟ ଜୀବନରେ ସମ୍ଭବତଃ ମନୋମାଳିନ୍ୟ କାରଣରୁ ଉଭୟ ଏବେ ପରସ୍ପରଠାରୁ ଦୂରେଇ ଯାଇଛନ୍ତି । ତିର୍ତ୍ତୋଲ ବିଧାୟକଙ୍କ ସମ୍ପର୍କରେ ସଂପୃକ୍ତ ମହିଳା କିଭଳି ଆସିଲେ ତାହା ଅସ୍ପଷ୍ଟ ରହିଛି । ଅପରପକ୍ଷେ ସୋମାଲିକା ବିବାଦ ସରିନଥିବା ବେଳେ ପଛକୁପଛ ଅନ୍ୟ ଏକ ବିବାଦ ମୁଣ୍ଡ ଟେକିବା ଏବଂ ଏସବୁ ଫଟୋ ଭାଇରାଲ୍‌ ହେବା ନେଇ ନାନା ଚର୍ଚ୍ଚା ଚାଲିଛି । ଅର୍ଥାତ୍‌ କେହି ବିଧାୟକଙ୍କ ନିଜ ଲୋକ ଘର ଢିଙ୍କି କୁମ୍ଭୀର ସାଜି ବିଧାୟକଙ୍କୁ ଅଧିକ ବଦ୍‌ନାମ କରିବା ପାଇଁ ସ୍ୱତନ୍ତ୍ର ଗୋଟି ଚଳାଇଥିବା ଦିଗକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ।
ପୂର୍ବରୁ ଦୁଇଟି ମାମଲାର ତଦନ୍ତ କରୁଥିବା ଜଗତସିଂହପୁର ପୁଲିସ ଭାଇରାଲ୍‌ ହୋଇଥିବା ଏହି ଫଟୋକୁ କେତେଦୂର ତଦନ୍ତ ପରିଧିକୁ ନେବ ତାହା ଦେଖିବା ବାକି । ଏପଟେ ଏ ସଂପର୍କରେ ବିଧାୟକ ବିଜୟ ଶଙ୍କରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।