ବିଜେପିର ଶକ୍ତି ବୃଦ୍ଧି କରିବାକୁ ଚାହିଁଥିଲି : ଚିରାଗ

ବିଜେପିର ଶକ୍ତି ବୃଦ୍ଧି କରିବାକୁ ଚାହିଁଥିଲି : ଚିରାଗ

ବିଜେପିର ଶକ୍ତି ବୃଦ୍ଧି କରିବାକୁ ଚାହିଁଥିଲି : ଚିରାଗ
ପାଟନା: ଚିରାଗ ପାଶ୍ୱାନଙ୍କ ଦଳ ଏଲଜେପି ବିହାର ବିଧାନସଭା ନିର୍ବାଚନରେ ମାତ୍ର ଗୋଟିଏ ଆସନରେ ଜିତିଛି । ଚିରାଗ କହିଛନ୍ତି, ସବୁ ଦଳ ପରି ସେ ମଧ୍ୟ ଅଧିକ ଆସନରେ ଜିତିବା ପାଇଁ ଚାହିଥିଲେ କିନ୍ତୁ ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ବିହାର ନିର୍ବାଚନରେ ବିଜେପିର ଶକ୍ତି ବଢ଼ାଇବା । ତେବେ ତାଙ୍କ ଦଳର ପ୍ରଭାବରେ ଯେଉଁ ଫଳ ମିଳିଛି ସେଥିରେ ସେ ଖୁବ ଖୁସି ଥିବା କହିଛନ୍ତି । ଚିରାଗ ବିହାର ନିର୍ବାଚନ ପାଇଁ ଯେତେବେଳେ ପ୍ରଚାର ଆରମ୍ଭ କରିଥିଲେ ସେ ସମୟରେ କହିଥିଲେ ଏନଡିଏରୁ ଅଲଗା ହୋଇ ନିର୍ବାଚନ ଲଢ଼ିବାର ଏକମାତ୍ର ଏଜେଣ୍ଡା ହେଉଛି ନୀତୀଶଙ୍କୁ ହରାଇବା । ଏହା ଦ୍ୱାରା ତାଙ୍କ ଦଳ ବିଜେପି ସହ ସରକାର ଗଠନ କରିବ ବୋଲି କହିଥିଲା । ଏଲଜେପି ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେଇଥିଲା । ତେଣୁ ଜେଡିୟରୁ ଭୋଟ ପ୍ରତିଶତ କମିଗଲା । ଏପରିକି ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ସ୍ୱୀକାର କରିଛନ୍ତି ଯେ, ପାଶ୍ୱାନ ପ୍ରଭାବ ପାଇଁ ଜେଡିୟୁ ପ୍ରାୟ ୨୦ ଆସନ ହରାଇଛି । ୨୦୧୫ରେ ଜେଡିୟୁ ୭୧ ଆସନରେ ଜିତିଥିଲା । କିନ୍ତୁ ଚଳିତ ନିର୍ବାଚନରେ ବିଜେପିର ଆସନ ୫୩ ରୁ ୭୪ କୁ ବୃଦ୍ଧି ପାଇଛି ।