ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ
ନାରାୟଣପାଟଣା: ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ଏଭଳି ଅମାନବୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଇଚ୍ଛାପୁର ଗାଁରେ । ମୃତ ମହିଳାଙ୍କ ନାମ ବୀରମେ ବିଙ୍ଗଡିକା (୪୯) । ଅଭିଯୁକ୍ତ ସ୍ୱାମୀ ସାଙ୍ଗୁ ବିଙ୍ଗଡ଼ିକା (୫୨) କୁ ଗିରଫ କରିଛି ପୁଲିସ । ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ହତ୍ୟାକାଣ୍ଡ । ପୁଲିସ ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସାଙ୍ଗ ବୀରମେକୁ ନିସ୍ତୁକ ପିଟିଥିଲା । ଘରେ ପକାଇ ଦେଇ ଫେରାର ହୋଇଯାଇଥିଲା । ପୂର୍ବାହ୍ନରେ ଘରକୁ ଫେରି ସ୍ତ୍ରୀ ମରିପଡ଼ିଥିବା ଦେଖିବାକୁ ପାଇ ଗାଁ ଲୋକଙ୍କୁ ଡାକିଥିଲା । ପରେ ଗାଁ ଲୋକେ ଥାନାକୁ ଜଣାଇଥିଲେ । ପୁଲିସ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସାଙ୍ଗୁକୁ ଗିରଫ କରିଥିଲା ।