ବିହାର ନିର୍ବାଚନୀ ଫଳାଫଳରୁ ତେଜସ୍ୱୀଙ୍କ ପାଇଁ ୩ଟି ଶିକ୍ଷା
ବିହାର ନିର୍ବାଚନୀ ଫଳାଫଳରୁ ତେଜସ୍ୱୀଙ୍କ ପାଇଁ ୩ଟି ଶିକ୍ଷା
admin
Nov 12, 2020 - 06:56
Updated: Nov 12, 2020 - 06:56
ପାଟନା: ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାମେଣ୍ଟ ବିହାର ନିର୍ବାଚନ ଲଢ଼ିଥିଲେ । ତେଜସ୍ୱୀଙ୍କ ନେତୃତ୍ୱରେ ମହାମେଣ୍ଟକୁ ୧୧୦ ଆସନ ମିଳିଥିବା ବେଳେ ଆରଜେଡି ୭୫ ଆସନରେ ଜିତି ଏକକ ବୃହତ୍ତମ ଦଳ ହୋଇଛି । କିନ୍ତୁ ଚଳିତ ବିହାର ନିର୍ବାଚନ ଫଳାଫଳରୁ ତେଜସ୍ୱୀଙ୍କ ପାଇଁ ୩ଟି ଶିକ୍ଷା ମିଳିଛି । ଏହି ୩ଟି ଶିକ୍ଷାରୁ ପ୍ରଥମଟି ହେଉଛି କଣ କୁହାଯାଉଛି ତଥା କେଉଁ ଶବ୍ଦ ପ୍ରୟୋଗ କରାଯାଉଛି ତାହା ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ୧୯୯୫ ବିହାର ବିଧାନସଭା ନିର୍ବାଚନ ସମୟରେ ଲାଲୁ ପ୍ରସାଦ ଯାଦବ କୁର୍ମି କୋଏରି ଜାତି ବିରୋଧରେ ଏକ ବିବାଦୀୟ ଟିପ୍ପଣୀ ରଖି ଯେଉଁ ଫଳ ଭୋଗିଥିଲେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ତେଜସ୍ୱୀ ଯାଦବଙ୍କର କିଛି ଟିପ୍ପଣୀ ମଧ୍ୟ ତାଙ୍କ ବିପକ୍ଷରେ ଯାଇଛି ।
ପ୍ରଥମରେ ତେଜସ୍ୱୀ ରାଲି ସମୟରେ ବିହାରରେ ଏକ ପ୍ରଭାବଶାଳୀ ରାଜପୁତ ଜାତି ବିରୋଧରେ ଏକ ଟିପ୍ପଣୀ ଦେଇଥିଲେ । ବିଜେପି ଏହାକୁ ଏକ ପ୍ରସଙ୍ଗ କରିଥିଲା । ସେହିପରି ଅନ୍ୟ ଏକ ଟିପ୍ପଣୀ ରଖି ତେଜସ୍ୱୀ ନୀତୀଶଙ୍କୁ ଜଣେ ବୃଦ୍ଧ ରାଜନେତା କହିଥିଲେ । ବହୁ ବରିଷ୍ଠ ନାଗରିକ ତେଜସ୍ୱିଙ୍କ ଏହି ଟିପ୍ପଣୀକୁ ଅଶୋଭନୀୟ ବୋଲି କହିଥିଲେ । ତେଜସ୍ୱୀ ୩୧-ନୀତୀଶ ୬୯ । ଏହି ସ୍ଲୋଗାନ ଦେଇ ବିଭିନ୍ନ ରାଲିରେ ଶୁଣିବାକୁ ମିଳିଥିଲା । ପରେ ବୁଥ ବାହୁଡ଼ା ମତରୁ ଜଣାପଡ଼ିଥିଲା ଯେ, ତେଜସ୍ୱୀଙ୍କୁ ଅଧିକ ଯୁବନେତା ପସନ୍ଦ କରିଥିବା ବେଳେ ନୀତୀଶଙ୍କୁ ଅଧିକ ବରିଷ୍ଠ ନାଗରିକ ପସନ୍ଦ କରନ୍ତି । ଦ୍ୱିତୀୟରେ ତେଜସ୍ୱୀ ନିର୍ବାଚନ ପ୍ରଚାର ସମୟରେ ଲାଗିଥିବା ଆରଜେଡି ପୋଷ୍ଟରରେ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ ଫଟୋ ରଖିନଥିଲେ । ଏହାକୁ ନେଇ ଅନେକ ଦଳୀୟ ସମର୍ଥକ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେଜସ୍ୱୀଙ୍କ ପାଇଁ ଏକ ଅନ୍ୟ ସମସ୍ୟା ହେଲା ସେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମାସ ମାସ ଧରି ଜନ ସମ୍ପର୍କରୁ ଦୂରେଇ ରହିଥିଲେ । ରାଜନୀତି ପାଇଁ ପୂରା ସମୟ ଦେଇପାରୁନଥିବା ତେଜସ୍ୱି ବହୁଳ ବିଳମ୍ବରେ ତାଙ୍କର ରଣନୀତୀ କାର୍ଯ୍ୟକାରୀ କରିଥିଲେ ।