ବିଜେପି ପଠେଇଲା ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ବିଜେପି ପଠେଇଲା ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ବିଜେପି ପଠେଇଲା ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ଗୃହରେ ଅଚଳାବସ୍ଥା ଜାରି ରହିଛି । ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିପାରୁନାହିଁ ।  ଯେତେ କହିଲେ ବି ବିରୋଧୀ ବୁଝିବାକୁ ନାରାଜ । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ଅଡ଼ିବସିଛନ୍ତି ବିରୋଧୀ ।  ଯେତେ ପର୍ଯ୍ୟନ୍ତ ଏହି ଦାବି ପୂରଣ ହେବ ନାହିଁ ସେତେ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ନଚଲାଇ ଦେବାକୁ ସତେ ଯେମିତି ବିରୋଧୀ ଅଡ଼ିବସିଛନ୍ତି ।

ଏହାରି ଭିତରେ ଆଜି ଗୃହ ମୁଲତବି ହେବା ପରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ପଠାଯାଇଛି ।  ଏକ ଶୋଭାଯାତ୍ରାରେ ଯାଇ ବିଜେପି ସଦସ୍ୟ ଏହି ଚିଠି ଦେଇଛନ୍ତି । ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ବିଜେପି ଚିଠି ଦେଇଛି । 

ଏହି ଚିଠି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଧାନସଭା ଆସି ଗୃହ ସ୍ୱାଭାବିକ କରିବାକୁ ଚିଠି ଲେଖିଛୁ ।  ଗୃହ ସ୍ୱାଭାବିକ ନହେବା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ । ଗୋବରପାଣି ଚିଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ ।  ମୁଖ୍ୟମନ୍ତ୍ରୀ ଆଜି ଦିଆଯାଇଥିବା ଚିଠିର ଉତ୍ତର ଦେବେ ବୋଲି ଆଶା କରୁଛୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । 

ପ୍ରକାଶ ଯେ, ଆଜି  ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ । ଆଜି ବି ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗୃହ ଆରମ୍ଭରୁ ବିଜେପି ଓ କଂଗ୍ରେସ କର୍ମୀମାନେ ମମିତା ମେହେର ପ୍ରସଙ୍ଗକୁ ନେଇ ହୋହାଲ୍ଲା କରିଥିଲେ ।  ଗୃହ ଆରମ୍ଭରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଯାଇ ବରୋଧୀ ହଟ୍ଟଗୋଳ କରିବା ସହ ନାରାବାଜି କରିଥିଲେ ।  ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାରମ୍ବାର କହିବା ସତ୍ତ୍ୱେ ବିରୋଧୀମାନେ ଚୁପ୍ ହୋଇନଥିଲେ । ଏଥିପାଥଇଁ ବାଚସ୍ପତି ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।