ବିଜେଡ଼ିକୁ ବିରୋଧ କଲା ଶିବସେନା

ବିଜେଡ଼ିକୁ ବିରୋଧ କଲା ଶିବସେନା

ବିଜେଡ଼ିକୁ ବିରୋଧ କଲା ଶିବସେନା
ଭୁବନେଶ୍ୱର : ବିଜୁ ଜନତା ଦଳ ସାଂସଦ ଭର୍ତୃହରି ମହତାବ ହେବେ ଲୋକସଭାର ଉପବାଚସ୍ପତି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାକୁ ବିରୋଧ କରିଛି ଶିବସେନା । ଶିବସେନା ହିଁ ଲୋକସଭାର ଉପବାଚସ୍ପତି ହେବା ପାଇଁ ହକଦାର । ଏନଡ଼ିଏ ବିରୋଧରେ ଲଢ଼ିଥିବା ବିଜେଡ଼ିକୁ କିଭଳି ଏହି ପଦବୀ ଦିଆଯିବ ବୋଲି ଶିବସେନା ପ୍ରଶ୍ନ କରିଛି । ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତିଯେ, ଲୋକସଭା ଉପବାଚସ୍ପତି ପଦ ପାଇଁ ସେମାନେ ଦାବି କରୁନାହାନ୍ତି । ଏଥିପାଇଁ ଶିବସେନା ହିଁ ହକଦାର । ବିଜେଡ଼ି ଆମର ବନ୍ଧୁ, ହେଲେ ଏହି ଦଳ ଏନଡ଼ିଏ ବିରୋଧରେ ହିଁ ନିର୍ବାଚନ ଲଢ଼ୁଥିଲା । ଲୋକସଭାରେ ଆମର ୧୮ ସାଂସଦ ଅଛନ୍ତି । କେବଳ ଶିବସେନା ହିଁ ଏହି ପଦବୀ ପାଇବା ଉଚିତ । ଏହି ପଦବୀ କେମିତି ବିଜେଡ଼ିକୁ ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ଲୋକସଭାର ଉପବାଚସ୍ପତି ପଦ ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ଦାବି କରିବେ ବୋଲି ଚର୍ଚ୍ଚା ହେଉଛି । ଗତବର୍ଷ ଅଗଷ୍ଟରେ ଏନଡ଼ିଏର ସହଯୋଗୀ ଦଳ ଜେଡ଼ିୟୂକୁ ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ଦିଆଯାଇଥିଲା ।