କେଜ୍ରିୱାଲଙ୍କ ଭାଲେଣ୍ଟାଇନ୍ସ ଡେ’
କେଜ୍ରିୱାଲଙ୍କ ଭାଲେଣ୍ଟାଇନ୍ସ ଡେ’
admin
Feb 12, 2020 - 11:43
Updated: Feb 12, 2020 - 11:43
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଲୋକଙ୍କୁ ସମ୍ବୋଧନ କରି ‘ଦିଲ୍ଲୀବାଲୋ ଆଇ ଲଭ୍ ୟୁ’ ବୋଲି କହି ସମସ୍ତଙ୍କ ମନ ଜିଣି ନେଇଥିଲେ । ଏବେ ଭାଲେଣ୍ଟାଇନ ସପ୍ତାହ ଚାଲିଥିବା ବେଳେ ତାଙ୍କର ଏଭଳି ଉକ୍ତି ସମସ୍ତଙ୍କୁ ଆମୋଦିତ କରିଥିଲା ।
କେଜ୍ରିୱାଲ ଭାରତୀୟ ରାଜସ୍ୱ ସେବା ୧୯୯୫ ବ୍ୟାଚର ହୋଇଥିବା ବେଳେ ତାଙ୍କ ପତ୍ନୀ ସୁନିତା ମଧ୍ୟ ୧୯୯୩ ବ୍ୟାଚର ଆଇଆରଏସ୍ ଅଧିକାରୀ । ଉଭୟ ଭୋପାଳ ଠାରେ ତାଲିମ ନେବା ସମୟରେ ସେମାନଙ୍କ ଦେଖାସାକ୍ଷାତ ହୋଇଥିଲା । ସେଠାରେ ସେମାନେ ପରସ୍ପରକୁ ଭଲ ପାଇ ବସିଥିଲେ । କେଜ୍ରିୱାଲ ସୁନୀତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଆଉ ସୁନୀତା ସେହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ । ୧୯୯୫ ମସିହାରେ ନିର୍ବାଚନରେ ସେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୮ ଆସନ ପାଇଥିବା ଆପ କଂଗ୍ରେସ ସହିତ ମିଶି ସରକାର ଗଢ଼ିଥିଲା । କିନ୍ତୁ ୪୯ ଦିନ ପରେତାଙ୍କ ସରକାରର ପତନ ହୋଇଥିଲା । ସେ ଯେଉଁଦିନ ଇସ୍ତଫା ଦେଇଥିଲେ ତାହା ଥିଲା ୨୦୧୪ ଫେବୃୟାରୀ ୧୪ ତାରିଖ ଅର୍ଥାତ ତାହା ଥିଲା ଭାଲେଣ୍ଟାଇନ ଡେ’ । ଏହା ପରେ ପ୍ରାୟ ବର୍ଷକ ପାଇଁ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ୨୦୧୫ ଫେବୃୟାରୀ ୭ ତାରିଖରେ ଅନୁଷ୍ଠିତ ନିର୍ବାଚନରେ କେଜ୍ରିୱାଲଙ୍କ ଦଳ ଆପକୁ ୭୦ ରୁ ୬୭ ଟି ଆସନ ମିଳିଥିଲା । କ୍ରମାଗତ ଦ୍ୱିତୟଥର ପାଇଁ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ୨୦୧୫ ଫେବୃୟାରୀ ୧୪ ଭାଲେଣ୍ଟାଇନ ଡେରେ ହିଁ ଶପଥ ନେଇଥିଲେ । ଚଳିତ ନିର୍ବାଚନରେ କେଜ୍ରିୱାଲଙ୍କ ଦଳକୁ ୬୨ଟି ଆସନ ମିଳିଛି । ଏହି ବିଜୟ ପରେ କେଜ୍ରିୱାଲ ପୁଣି ଥରେ ଆସନ୍ତା ୧୪ ତାରିଖରେ ଶପଥ ନେବାର ସମ୍ଭାବନା ରହିଛି । ଯଦି ଏହା ହୁଏ କେଜ୍ରିୱାଲଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେକ ଏକ ସଂଯୋଗ ନୁହେଁ ବରଂ ତାଙ୍କ ରାଜନୈତିକ ଜୀବନ ପାଇଁ ଏକ ସୌଭାଗ୍ୟ ଦିନ ବୋଲି କୁହାଯାଇପାରିବ ।