ବାପା ଶକ୍ତ ଚାପୁଡାରେ ପୁଅର ମୃତୁ୍ୟ

ବାପା ଶକ୍ତ ଚାପୁଡାରେ ପୁଅର ମୃତୁ୍ୟ

ବାପା ଶକ୍ତ ଚାପୁଡାରେ ପୁଅର ମୃତୁ୍ୟ
ଭୁବନେଶ୍ୱର : ରାସନ ଚାଉଳ ପାଇଁ ବାପା ଓ ଦିବ୍ୟାଙ୍ଗ ପୁଅ ମଧ୍ୟରେ ଆରମ୍ଭ ହେଲା କଳି । କଳି ଉଗ୍ର ରୂପ ବି ନେଇଥିଲା । ଶେଷରେ ରାଗରେ ବାପା ଶକ୍ତ ଚାପୁଡ଼ାଟେ ମାରିଦେଲେ । ଏହି ଚାପୁଡ଼ା ମାଡ଼ରେ ପୁଅର ବି ମୃତୁ୍ୟ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ରାସନ ସାମଗ୍ରୀ ବଂଟନ ସମୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକଙ୍କ ନାମ ଅନୀଲ କୁମାର ପ୍ରଧାନ । ମିଳିଥିବା ସୂଚନାନୁଯାୟୀ, କଳମ୍ବ ଗ୍ରାମ ଦୁର୍ଗାମାଧବ ସାହିର ବଳରାମ ପ୍ରଧାନଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ମାସିକ ୫ କେଜି ଚାଉଳ, କିରୋସିନ ଓ ଅନ୍ୟ ସାମଗ୍ରୀ ମିଳିଥାଏ । କିନ୍ତୁ ଏହାକୁ ନେଇ ଅନୀଲ ଓ ବଳରାମଙ୍କ ମଧ୍ୟରେ ପାରିବାରିକ ବିବାଦ ହୋଇଥିଲା । ଫଳରେ ଅନୀଲ ତାଙ୍କ ପନôୀ ଗୀତାଞ୍ଜଳିଙ୍କ ସହ ବଡ଼ ନୂଆସାହିରେ ଭଡ଼ା ଘରେ ରହୁଥିଲେ । ପଂଚାୟତରେ ଚାଉଳ ନେବାକୁ ଉଭୟ ଅନୀଲ ଓ ବଳରାମ ପହଁଚିଥିଲେ । ତେବେ ବଳରାମ ସବୁ ଚାଉଳ ନେବାକୁ କହିବାରୁ ଅନୀଲ ପ୍ରତିବାଦ କରିଥିଲେ । ଫଳରେ ବଳରାମ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଚାପୁଡ଼ା ମାଡ଼ରେ ଅନୀଲଙ୍କ ମୃତୁ୍ୟ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଏନେଇ ଥାନାରେ ଅଭିଯୋଗ କରିଥିଲେ ।