ବରଫ ଖଣ୍ଡ ଚମକାଇବ ତ୍ୱଚା

ବରଫ ଖଣ୍ଡ ଚମକାଇବ ତ୍ୱଚା

ବରଫ ଖଣ୍ଡ ଚମକାଇବ ତ୍ୱଚା

ଭୁବନେଶ୍ୱର: ଡିପ୍‌ ଫ୍ରିଜରରେ ମାତ୍ର କିଛି ସମୟରେ ଆଇସ୍‌ କ୍ୟୁବ୍‌(ବରଫ ଖଣ୍ଡ)ତିଆରି ହୋଇଯାଏ । ବିଭିନ୍ନ ପ୍ରକାର ଦାମୀ ପ୍ରସାଧନ ସାମଗ୍ରୀ ଅନେକ ଉପଯୋଗ କରିଥାନ୍ତି, ହେଲେ ଆଇସ୍‌ କ୍ୟୁବରେ ସୌନ୍ଦର୍ୟ୍ୟ ଚର୍ଚ୍ଚା କଲେ ଅଳ୍ପ ଦିନରେ ଫରକ୍‌ ଜାଣିପାରିବେ ବୋଲି ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ମତ ।

– ଆଇସ୍‌ କ୍ୟୁବକୁ ସଫା ସୂତା କପଡ଼ାରେ ରଖି ତ୍ୱଚା ମାଲିସ୍‌ ୧-୨ ମିନିଟ୍‌ ପରେ ଆପଣ ମେକଅପ୍‌ ଲଗାନ୍ତୁ । ଏପରି କଲେ ଶୀଘ୍ର ଝାଳ ବାହାରିନଥାଏ ଓ ମେକ୍‌ଅପ୍‌ ମଧ୍ୟ ଦୀର୍ଘସ୍ଥାୟୀ ହୁଏ ।

– ତ୍ୱଚାରେ ଚମକ ଆଣିବାକୁ ଚାହୁଁଥିଲେ ମଧ୍ୟ ଆପଣ ଆଇସ୍‌ କ୍ୟୁବରେ ମାଲିସ୍‌ କରିପାରନ୍ତି । ଦିନବେଳା ଏସବୁ ଉପାୟ କରିବା ଉଚିତ । ସନ୍ଧ୍ୟା ପରେ କଲେ ଥଣ୍ଡା, ସର୍ଦ୍ଦି ହେବାର ଭୟ ରହିଛି ।

– ଆଖି ତଳ କଳାଦାଗରୁ ରକ୍ଷା ପାଇବାକୁ ହେଲେ ଗୋଲାପଜଳରେ କାକୁଡ଼ି ରସ ମିଶାଇ ସେସବୁକୁ ଆଇସ୍‌ ଟ୍ରେରେ ରଖି କ୍ୟୁବ୍‌ ହେବା ପର୍ୟ୍ୟନ୍ତ ଡିପ୍‌ ଫ୍ରିଜରରେ ରଖିବେ । ପରେ ଏହି କ୍ୟୁବକୁ ମାଲିସ୍‌ କଲେ ଆଖି ତଳ କଳାଦାଗ କ୍ରମଶଃ କମ୍‌ ହୋଇଥାଏ ।

– ବ୍ରଣ, କଳାଦାଗ ହେଉଥିଲେ ସେସବୁ ସ୍ଥାନରେ ମଧ୍ୟ ବରଫ ଖଣ୍ଡ ମାଲିସ୍‌ କଲେ ଲାଭ ମିଳେ ।

– ଓଠ କଳା ଓ ଶୁଷ୍କ ସମସ୍ୟା ଥିଲେ, କାକୁଡ଼ିରସ ଓ ଲେମ୍ବୁରସର କ୍ୟୁବ୍‌ କରି ୫-୭ ମିନିଟ୍‌ ଓଠରେ ଘଷିବେ । ୧ସପ୍ତାହ ନିୟମିତ ଏପରି କଲେ ଫରକ୍‌ ଜାଣିପାରିବେ ।

– ସନ୍‌-ଟ୍ୟାନ୍‌ ହୋଇଥିଲେ, ବାହାରୁ ଫେରିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇବା ସହ ଆଇସ୍‌ କ୍ୟୁବରେ ତ୍ୱଚାକୁ ମାଲିସ୍‌ କଲେ ମଧ୍ୟ ଲାଭ ମିଳେ ।