ବିରୋଧ ପରେ ଲିଭାଗଲା ସମାଧି ପୀଠରେ ଲେଖାଥିବା ଓଡିଆ ଵାପଟିଷ୍ଟ ଚର୍ଚ୍ଚ

ବିରୋଧ ପରେ ଲିଭାଗଲା ସମାଧି ପୀଠରେ ଲେଖାଥିବା ଓଡିଆ ଵାପଟିଷ୍ଟ ଚର୍ଚ୍ଚ

ଲିଭାଗଲା ମଧୁବାବୁଙ୍କ ସମାଧି ପୀଠରେ ଲେଖାଥିବା ଓଡିଆ ଵାପଟିଷ୍ଟ ଚର୍ଚ୍ଚ । କଟକ ମହାନଗର ନିଗମ କମିଶନରଙ୍କ ଉପସ୍ଥିତରେ ମଧୁ ସ୍ମୃତି  ସୁରକ୍ଷା ମଞ୍ଚ ପକ୍ଷରୁ ଏହି କାର୍ଯ୍ୟକୁ ସମ୍ପାଦନ କରାଯାଇଛି । ମଧୁବାବୁଙ୍କ ସାମଧି ପୀଠରେ ଏଭଳି ଲେଖାକୁ ବିରୋଧ କରାଯିବା ପରେ ବୁଧବାର କଟକ ମହାନଗର ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ମଧୁବାବୁଙ୍କ ସାମଧି ପୀଠର ସମ୍ମୁଖ ଗେଟରେ ଏହି ଭଳି କିଏ ଦୁର୍ବୁତ୍ତ ଲେଖିଦେଇଥିବା କଥା ଅଭିଯୋଗ କରିଥିଲେ ମଧୁ ସ୍ମୃତି ସୁରକ୍ଷା ମଞ୍ଚ ସମ୍ପାଦକ ସନ୍ତୋଷ କୁମାର ମହାରଣା । ତାଙ୍କ ମତରେ, ଏହି ସ୍ଥାନ ଯେତେବେଳେ ଅବହେଳିତ ଅବସ୍ଥାରେ ରହିଥିଲା ସେହି ସମୟରେ କେହି ଏଠାକୁ ଆସୁ ନଥିଲେ।  କେବଳ ସୁରକ୍ଷା ମଧୁ ସ୍ମୃତି ସୁରକ୍ଷା ମଞ୍ଚ ଫୁଲ ଧୂପ ଦେଇ ମଧୁସ୍ମୃତି ପୀଠର ସମ୍ମାନକୁ ବଜାୟ ରଖିଥିଲେ। କିନ୍ତୁ ଅପ୍ରେଲ ୨୮ରେ ମଧୁବାବୁ ଜୟନ୍ତୀ କାର୍ଯ୍ୟକ୍ରମ ପରେ କେହି ଜଣେ ଦୁର୍ବୁତ୍ତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଲେଖି ଦେଇଥିଲା । ଯାହା ଓଡ଼ିଆ ଅସ୍ମିତା ପ୍ରତି ଏକ କୁଠାରଘାତ ସଦୃଶ୍ୟ। ମଧୁବାବୁ ଓଡ଼ିଆ ଜାତିର କୂଳବୃଦ୍ଧ । ତାଙ୍କ ସମାଧି ସ୍ଥଳରେ ଏପରି ଲେଖିବା କେବେ ବି ଗ୍ରହଣୀୟ ନୁହଁ ବୋଲି ଦାବି କରିଛି ମଞ୍ଚ । ମଧୁବାବୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ, କିନ୍ତୁ ତାଙ୍କ ସମାଧି ସ୍ଥଳରେ କୌଣସି ସମ୍ପ୍ରଦାୟର ନାଁ ଲେଖିବା ଏକ ନିନ୍ଦନୀୟ ପ୍ରସଙ୍ଗ ।  ତେଣୁ ବାଧ୍ୟତାମୂଳକ ଭାବରେ ମୁଖ୍ୟ ଫାଟକ ଉପରେ ଲେଖା ଥିବା କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଲେଖାକୁ ସର୍ବ ସମୁଖରେ ଲିଭାଯାଇଥିବା କହିଛନ୍ତି ମଞ୍ଚ ସମ୍ପାଦକ ।