ଭୁବନେଶ୍ୱରରୁ ୫ଟି ନୂଆ ସହରକୁ ବିମାନ ସେବା 

ଭୁବନେଶ୍ୱରରୁ ୫ଟି ନୂଆ ସହରକୁ ବିମାନ ସେବା 

ଓଡିଶା ପାଇଁ ଖୁସି ଖବର । ଏଣିକି ଭୁବନେଶ୍ୱରରୁ ସିଧାସଳଖ ଇନ୍ଦୋର ଓ ଦେହରାଡୁନକୁ ଉଡିବ ଫ୍ଲାଇଟ୍ । ଭୁବନେଶ୍ୱରରୁ ଇନ୍ଦୋର ସପ୍ତାହକୁ ୪ ଦିନ ଓ ଭୁବନେଶ୍ୱରରୁ ଦେହରାଡୁନକୁ ସପ୍ତାହକୁ ୩ ଦିନ ବିମାନ ସେବା ଉପଲବ୍ଦ ହେବାକୁ ଯାଉଛି । ଜାନୁଆରୀ ଏକ ତାରିଖରୁୁ ଏହି ସେବା ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ ହେବ । ଇଣ୍ଡିଗୋ ବିମାନ ଏହି ସେବା ଯୋଗାଇ ଦେବ । ଦିନ ୩ଟା ସମୟରେ ଫ୍ଲାଇଟ୍ ଉଡାଣ ଭରିବ । 
ସେହିପରି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ଲୌକ୍ଷ୍ମ ଓ ଜୟପୁରକୁ ବିମାନ ସେବା ଯୋଗାଇବାକୁ ଯାଉଛି । ଆସନ୍ତା ଜାନୁଆରୀ ୩ ତାରିଖରୁ ଏହି ସେବା ଆରମ୍ଭ ହେବ । ସପ୍ତାହକୁ ୩ ଦିନ ଏହି ସେବା ରହିବ । ଏହା ସହ ଭୁବନେଶ୍ୱରରୁ କୋଚିନକୁ ମଧ୍ୟ ବିମାନ ସେବା ସେହି ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଯାଉଚି । ଏହା ନିୟମିତ ବା ସପ୍ତାହକୁ ୭ ଦିନ ସେବା ଯୋଗାଇଦେବ । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କର୍ତୃପକ୍ଷ ।