ଫେବୃଆରୀ ୩ ସୁଦ୍ଧା କରୋନା ପିକ
ଫେବୃଆରୀ ୩ ସୁଦ୍ଧା କରୋନା ପିକ
ନୂଆଦିଲ୍ଲୀ: ବିଶେଷଜ୍ଞମାନଙ୍କ ମତରେ ଭାରତରେ ଆଗାମୀ ଦିନଗୁଡ଼ିକରେ କୋଭିଡ-୧୯ ମାମଲା ପ୍ରବଳ ଭାବେ ବୃଦ୍ଧି ପାଇବ । କିନ୍ତୁ ପ୍ରଥମ ଓ ଦ୍ୱିତୀୟ ଲହର ପରି ଏହା ସେତେ ମାରାତ୍ମକ ହେବ ନାହିଁ । ବିଶେଷଜ୍ଞମାନଙ୍କ ମତରେ ଏହି ଲହର ମଧ୍ୟ ଅଳ୍ପକାଳ ସ୍ଥାୟୀ ରହିବ ।
କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ମତରେ ଡିସେମ୍ବର ଶେଷ ସପ୍ତାହରୁ ନୂଆ ସଂକ୍ରମଣରେ ବୃଦ୍ଧି ଘଟିବା ଆରମ୍ଭ ହୋଇଛି । ଆଇଆଇଟି-କାନପୁରର ଏକ ଅନୁଧ୍ୟାନ ଅନୁସାରେ କୋଭିଡ୍-୧୯ର ୩ୟ ଲହର ଫେବୃଆରୀ ୩ ସୁଦ୍ଧା ଚରମକୁ ଛୁଇଁପାରେ । ନ୍ୟାସନାଲ କୋଭିଡ୍-୧୯ ସୁପରମଡେଲ କମିଟିର ପୂର୍ବାନୁମାନ ଅନୁସାରେ ୨୦୨୨ ପ୍ରାରମ୍ଭରେ ଲହର ଶିଖର ଛୁଇଁବ । ଭାରତରେ ଓମିକ୍ରନ୍ ଡେଲଟାର ସ୍ଥାନ ନେବା ଆରମ୍ଭ କରିବା ପରେ ଦୈନିକ ସଂକ୍ରମଣରେ ଯଥେଷ୍ଟ ବୃଦ୍ଧି ଘଟିଛି ।
ଏଭଳି ସ୍ଥିତିରେ ଆଉ କେତେକ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଭାରତରେ ଓମିକ୍ରନ ସଂକ୍ରମଣ ଜାନୁଆରି ଶେଷ ସୁଦ୍ଧା ଶୀର୍ଷ ଛୁଇଁବ । ସମ୍ପ୍ରତି ଅଧିକାଂଶ ଦେଶରେ ଓମିକ୍ରନ୍ ଯୋଗୁ କୋଭିଡ-୧୯ର ଚତୁର୍ଥ ଲହର ଦେଖିବାକୁ ମିଳୁଛି । ଆମେରିକା ଓ ଇଂଲଣ୍ଡରେ ଓମିକ୍ରନ୍ ଡେଲଟାର ସ୍ଥାନ ନେଇ ମୁଖ୍ୟ ଭାରିଆଣ୍ଟରେ ପରିଣତ ହୋଇଛି ।




admin 