ଫାଶୀକୁ ନେଇ ବିଜେପି-ଆପ୍ ମୁହାଁମୁହିଁ

ଫାଶୀକୁ ନେଇ ବିଜେପି-ଆପ୍ ମୁହାଁମୁହିଁ

ଫାଶୀକୁ ନେଇ ବିଜେପି-ଆପ୍ ମୁହାଁମୁହିଁ
ନୂଆଦିଲ୍ଲୀ - ଆମ୍ ଆଦ୍ମୀ ପାର୍ଟି (ଆପ୍) ସରକାରଙ୍କ ଅବହେଳା ଯୋଗୁଁ ନିର୍ଭୟା ବଳାକ୍ରାର ଓ ହତ୍ୟାକାରୀଙ୍କ ଫାଶୀ ଦଣ୍ଡ କାର୍ଯ୍ୟକାରିତାରେ ବିଳମ୍ବ ଘଟିଛି । ଅରବିନ୍ଦ କେଜି୍ରୱାଲଙ୍କ ସରକାର ଅପରାଧୀମାନଙ୍କୁ ଏ ସମ୍ପର୍କିତ ନୋଟିସ ଦେବାରେ ଅଢେ଼ଇ ବର୍ଷ ବିଳମ୍ବ କରିବାରୁ ଫାଶୀ ଦଣ୍ଡ ପ୍ରଦାନରେ ବିଳମ୍ବ ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଜ ଜାଭେଦକର । ୨୦୧୭ ରେ ସୁପି୍ରମକୋର୍ଟ ଫାଶୀଦଣ୍ଡାଦେଶକୁ ବଳବତ୍ତର ରଖିବା ପରେ ଏ ସମ୍ପର୍କିତ ନୋଟିସ ଅପରାଧୀମାନଙ୍କୁ ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବାର ଥିଲା, କିନ୍ତୁ କେଜି୍ରୱାଲ ସରକାରୀ ଏହା କରିନଥିଲେ ବୋଲି ଜାଭେଡକର କହିଛନ୍ତି । ବୁଧବାର ଏହି ମାମଲାର ଅନ୍ୟତମ ଅପରାଧୀ ମୁକେଶ ସିଂହର ରାଜକ୍ଷମା ଆବେଦନ ମାତ୍ର କେଇ ଘଣ୍ଟା ମଧ୍ୟରେ ଅଗ୍ରାହ୍ୟ ପାଇଁ ସୁପାରିସ କରିଛନ୍ତି । ପୂର୍ବରୁ ଏହା ବିଳମ୍ବିତ ହୋଇଥିଲା । ଏହାର ଜବାବରେ ଆପ୍ ପକ୍ଷରୁ ବିଜେପିକୁ ପାଲଟା ଦୋଷ ଦିଆଯାଇଛି । ଜାଭେଦକର ମିଛ କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଦଳର ବରିଷ୍ଠ ନେତା ସଞ୍ଜୟ ସିଂହ କହିଛନ୍ତି । ବିଳମ୍ବ ପାଇଁ ବିଜେପି ଦାୟୀ ବୋଲି ସେ କହିଛନ୍ତି ।