ଗାନ୍ଧୀ ପରିବାରର ସୁରକ୍ଷା ଦାୟିତ୍ୱ ନେଲେ ସିଆରପିଏଫ୍

ଗାନ୍ଧୀ ପରିବାରର ସୁରକ୍ଷା ଦାୟିତ୍ୱ ନେଲେ ସିଆରପିଏଫ୍

ଗାନ୍ଧୀ ପରିବାରର ସୁରକ୍ଷା ଦାୟିତ୍ୱ ନେଲେ ସିଆରପିଏଫ୍
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ପରିବାର ସଦସ୍ୟଙ୍କୁ ଯୋଗାଇ ଦିଆଯାଉଥିବା ଏସ୍ପିଜି ସୁରକ୍ଷା ପ୍ରତ୍ୟାହାର ପରେ ଆଜିଠାରୁ ସିଆରପିଏଫ୍ ସେମାନଙ୍କ ସୁରକ୍ଷା ଦାୟିତ୍ୱ ନେଇଛି । ସିଆରପିଏଫର କମାଣ୍ଡୋମାନେ ଇସ୍ରାଏଲି ଏକ୍ସ-୯୫, ଏକେ ସିରିଜ୍, ଏମ୍ପି-୫ ବନ୍ଧୁକ ସହ ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ବାସଭବନରେ ମୁତୟନ ହୋଇଛନ୍ତି । ସେହିପରି ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ତୁଗଲକ ଲେନ୍ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ବାସଭବନରେ ବି ସମାନ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସିଆରପିଏଫର ସ୍ୱତନ୍ତ୍ର ଭିଭିଆଇପି ସୁରକ୍ଷା ବିଭାଗ ହାତରେ ଗାନ୍ଧୀ ପରିବାରକୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଛି । ତେବେ ପ୍ରଥମେ କିଛି ଦିନ ପାଇଁ ଏସପିଜି ସିଆରପିଏଫକୁ ସୁରକ୍ଷା କାର୍ଯ୍ୟରେ ସହଯୋଗ କରିବ ଏବଂ ଏହାପରେ ସିଆରପିଏଫ୍ ଭିଭିଆଇପି ସୁରକ୍ଷା ଟିମ୍ ଦିଲ୍ଲୀ ପୁଲିସ ସହାୟତାରେ ଗାନ୍ଧୀ ପରିବାରକୁ ସୁରକ୍ଷା ଯୋଗାଇଦେବ । ୨୮ ବର୍ଷ ପରେ ଗାନ୍ଧୀ ପରିବାରରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଛି ।