ୟର୍କସାୟର ପକ୍ଷରୁ ଖେଳିବେ ଅଶ୍ୱିନ

ୟର୍କସାୟର ପକ୍ଷରୁ ଖେଳିବେ ଅଶ୍ୱିନ

ୟର୍କସାୟର ପକ୍ଷରୁ ଖେଳିବେ  ଅଶ୍ୱିନ
ନୂଆଦିଲ୍ଲୀ - ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ବର୍ଷ ଇଂଲିସ କାଉଣ୍ଟି ଚାମ୍ପିଅନସିପରେ ୟର୍କସାୟର ପକ୍ଷରୁ ଖେଳିବେ ବୋଲି ଗୁରୁବାର କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଖେଳୁଥିବା ଅଶ୍ୱିନ ଦକ୍ଷିଣ ଆଫି୍ରକାର କେଶବ ମହାରାଜଙ୍କ ପରେ ୟର୍କସାୟର ଦଳର ଦ୍ୱିତୀୟ ବିଦେଶୀ ସ୍ପିନର ହୋଇଛନ୍ତି । ଅଶ୍ୱିନଙ୍କ ଏହା ତୃତୀୟ କାଉଣ୍ଟି ପଦାର୍ପଣ ହେବ । ପୂର୍ବରୁ ସେ ୱର୍ସେଷ୍ଟରସାୟର ଓ ନଟିଂହାମସାୟର ପକ୍ଷରୁ ଖେଳିଥିଲେ । ୟର୍କସାୟର ପକ୍ଷରୁ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମଧ୍ୟ ଖେଳିଥିଲେ । ମୁଁ ଏହି ଦଳ ସହ ଯୋଡ଼ି ହୋଇଥିବାରୁ ବହୁତ ଖୁସି ବୋଲି ଅଶ୍ୱିନ କହିଛନ୍ତି ।