ପ୍ରସିଦ୍ଧ ଡ୍ୟାନ୍ସର୍‌ ସପ୍ନାଙ୍କ ବିରୋଧରେ ୱାରେଣ୍ଟ ଜାରି

ପ୍ରସିଦ୍ଧ ଡ୍ୟାନ୍ସର୍‌ ସପ୍ନାଙ୍କ ବିରୋଧରେ ୱାରେଣ୍ଟ ଜାରି

ପ୍ରସିଦ୍ଧ ଡ୍ୟାନ୍ସର୍‌ ସପ୍ନାଙ୍କ ବିରୋଧରେ ୱାରେଣ୍ଟ ଜାରି

ଚଣ୍ଡିଗଡ: ଗରିଫ ହୋଇପାରନ୍ତି ପ୍ରସିଦ୍ଧ ହରିୟାଣୱି ଡ୍ୟାନ୍ସର୍‌ ତଥା ବିଗ୍‌ ବସ୍‌ ଫେମ୍‌ ଅଭିନେତ୍ରୀ ସପ୍ନା ଚୌଧୁରୀ। ତାଙ୍କ ବିରୋଧରେ ଜାରି ହୋଇଛି ଗିରଫ ୱାରେଣ୍ଟ। ଲକ୍ଷ୍ନୌର ଏସିଜିଏମ୍‌ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। ଡ୍ୟାନ୍ସ କାର୍ଯ୍ୟକ୍ରମ ବାତିଲ ଏବଂ ଟିକେଟ୍ ଟଙ୍କା ଫେରସ୍ତ ନକରିବାର ଚାରି ବର୍ଷ ପୁରୁଣା ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି। ସୋମବାର ଏହି ମାମଲାରେ ଶୁଣାଣି ହୋଇଥିଲା କିନ୍ତୁ ଏହି ଅଭିନେତ୍ରୀ ଜଣକ କୋର୍ଟରେ ହାଜର ହୋଇନଥିଲେ। ଏହାପରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି।

୧୩ ଅକ୍ଟୋବର ୨୦୧୮ରେ ସପ୍ନାଙ୍କ ବିରୋଧରେ ଆସିଆନା ଥାନାରେ ଠକେଇ ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା। ଲକ୍ଷ୍ନୌର ସ୍ମୃତି ଉପବନରେ ସପ୍ନା ଚୌଧୁରୀଙ୍କ ଏକ ଡ୍ୟାନ୍ସ କାର୍ଯ୍ୟକ୍ରମ ଆୟୋଜିତ ହେବାର ଥିଲା। ଏଥିପାଇଁ ଟିକେଟ୍‌ ବିକ୍ରି ମଧ୍ୟ ସରିଥିଲା। ସପ୍ନୀ ଏହି କାର୍ଯ୍ୟକ୍ରମ ପାଇଁ ଆଡଭାନ୍ସ ଟଙ୍କା ମଧ୍ୟ ନେଇ ସାରିଥିଲେ। କିନ୍ତୁ ଟଙ୍କା ନେବା ପରେ ଅଭିନେତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ। ଏଥିପାଇଁ ଉକ୍ତ ଡ୍ୟାନ୍ସ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଡିଥିଲା। ତେବେ ଏହି କାର୍ଯ୍ୟକ୍ରମ ପାଇଁ ସପ୍ନା ଯେଉଁ ଟଙ୍କା ନେଇଥିଲେ ତାକୁ ମଧ୍ୟ ସେ ଫେରସ୍ତ କରିନଥିବା ଅଭିଯୋଗ ହୋଇଥିଲା।

ସୂଚନା ମୁତାବକ, ଏହି ମାମଲାରେ ସୋମବାର କୋର୍ଟରେ ଶୁଣାଣି ହୋଇଥିଲା। ତେବେ ସପ୍ନା କିନ୍ତୁ କୋର୍ଟରେ ହାଜର ହୋଇନଥିଲେ କି ତାଙ୍କ ତରଫରୁ କୌଣସି କ୍ଷମା ଆବେଦନ ମଧ୍ୟ କରାଯାଇନଥିଲା। କିନ୍ତୁ ଅନ୍ୟ ଅଭିଯୁକ୍ତମାନେ କ୍ଷମା ଆବେଦନ କରିଥିଲେ।