ପ୍ରଦୂଷଣ ସହ ଲଢିବା ପାଇଁ ଖାଅନ୍ତୁ ଏହି ଖାଦ୍ୟ

ପ୍ରଦୂଷଣ ସହ ଲଢିବା ପାଇଁ ଖାଅନ୍ତୁ ଏହି ଖାଦ୍ୟ

ପ୍ରଦୂଷଣ ସହ ଲଢିବା ପାଇଁ ଖାଅନ୍ତୁ ଏହି ଖାଦ୍ୟ
ମହାମାରୀ ସହ ବର୍ତ୍ତମାନ ସମୟରେ ପ୍ରଦୂଷଣଜନିତ ରୋଗ ମଧ୍ୟ ବଢ଼ିବାରେ ଲାଗିଛି। ଲକ୍-ଡାଉନ୍ ସମୟରେ ବିଶ୍ବର ପ୍ରମୁଖ ରାଷ୍ଟ୍ରର ପ୍ରଦୂଷଣସ୍ତର ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇଥିଲା। କାରଣ ଗାଡ଼ି ଚଳାଳଚ ସହ କଳାକାରଖାନା ମଧ୍ୟ ବନ୍ଦ ରହିଥିଲା। ଏବେ କିନ୍ତୁ ପ୍ରଦୂଷଣର ସ୍ତର ବଢ଼ିବାରେ ଲାଗିଛି। ଏହା ସହ ଲଢ଼ିବା ନିମନ୍ତେ ଖାଦ୍ୟପାନୀୟକୁ ଗୁରୁତ୍ବ ଦେବା ନିତାନ୍ତ ଜରୁରୀ। -ପୋଷକତତ୍ତ୍ବ ଭରପୂର ବ୍ରୋକୋଲି ଦୈନିକ ଖାଇବା ଭଲ। ଏହାକୁ ସାଲାଡ୍‌ରେ ହେଉ କିମ୍ବା ଫ୍ରାଏଡ୍ ରାଇସ୍‌ରେ ଉପଯୋଗ କରି ଖାଇପାରିବେ। ଫାଇବର୍ ଭରପୂର ଏହି ପରିବା ଆମ ପାଚନ କ୍ଷମତାକୁ ଭଲ କରିବା ସହ ପ୍ରଦୂଷଣ ସହ ଲଢ଼ିବା ନିମନ୍ତେ ଶକ୍ତି ଯୋଗାଇଥାଏ। -ଭିଟାମିନ୍ ଏ, ବିଟା-କ୍ୟାରୋଟିନ୍, ବି-କମ୍ପେଲକ୍ସ, ଫଲିକ୍ ଏସିଡ୍ ଭରପୂର ବ୍ରୋକୋଲି ଉଭୟ କଞ୍ଚା ଓ ଭଜା ଖାଇପାରନ୍ତି। ଯେଉଁ ଭାବେ ଆପଣଙ୍କୁ ସ୍ବାଦ ଲାଗୁଛି, ସେହି ଉପାୟରେ ବ୍ରୋକୋଲିକୁ ଉପଯୋଗ କରିପାରିବେ।