ପୋଲିଓ ବୁନ୍ଦା ବଦଳରେ ୧୨ ଶିଶୁଙ୍କୁ ସାନିଟାଇଜର ପିଆଇଲେ

ପୋଲିଓ ବୁନ୍ଦା ବଦଳରେ ୧୨ ଶିଶୁଙ୍କୁ ସାନିଟାଇଜର ପିଆଇଲେ

ପୋଲିଓ ବୁନ୍ଦା ବଦଳରେ ୧୨ ଶିଶୁଙ୍କୁ ସାନିଟାଇଜର ପିଆଇଲେ
ମୁମ୍ବାଇ: ମହାରାଷ୍ଟ୍ର ୟବତମାଲ ଜିଲ୍ଲା କାପସିକୋପ୍ରି ଗାଁରେ ୧୨ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ପିଆଯାଇଥିବା ସାମ୍ନାକୁ ଆସିଛି । ସେହି ପିଲାମାନଙ୍କର ବୟସ ୫ ବର୍ଷରୁ କମ । ସାନିଟାଇଜର ଡ୍ରପ ପିଇବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ବାନ୍ତି ହେବା ସହ ସେ ବିଚଳିତ ଅନୁଭବ କରିଥିଲେ । ତେଣୁ ସବୁ ପିଲାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଶ୍ରୀକି୍ରଷ୍ଣା ପଞ୍ଚଲ କହିଛନ୍ତି, ‘ଏହି ଘଟଣା ରବିବାର ଘଟିଥିଲା । ଘାଟାଞ୍ଜି ତହସିଲ କାପସିକାପି୍ର ଗାଁର ଭାନବୋରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧-୫ ବର୍ଷର ପିଲାଙ୍କ ପାଇଁ ଜାତୀୟ ପଲସ ପୋଲିଓ ଟିକାକରଣ ଅଭିଯାନ ଚାଲିଥିବା ବେଳେ ୧୨ ଜଣ ପିଲାଙ୍କୁ ପୋଲିଓ ବୁନ୍ଦା ବଦଳରେ ଦୁଇ ବୁନ୍ଦା ସାନିଟାଇଜର ପିଆଯାଇଥିଲା । ସେଠାକାର ୩ ଜଣ କର୍ମଚାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଆଶାକର୍ମୀ ଏବଂ ଅଙ୍ଗନବାଡି ସେବିକା ଅପରାହ୍ନ ୨ଟା ବେଳକୁ ଏହି ଭୁଲ ସମ୍ପର୍କରେ ଜାଣିପାରିଲେ । ତେଣୁ ଅଭିଭାବକମାନଙ୍କୁ ପୁଣି ଥରେ ଡକାଯାଇ ପିଲାଙ୍କୁ ପୋଲିଓ ଡ୍ରପ ଦିଆଗଲା । ତେବେ ସ୍ଥାନୀୟ ସରପଞ୍ଚ ଏ ସମ୍ପର୍କରେ ଜାଣିବା ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ନେଇ ଅଭିଯୋଗ କରିଛନ୍ତି ।