ପେଟ୍ରୋଲ୍ ପମ୍ପ ଆଗରେ କଂଗ୍ରେସର ବିକ୍ଷୋଭ

ପେଟ୍ରୋଲ୍ ପମ୍ପ ଆଗରେ କଂଗ୍ରେସର ବିକ୍ଷୋଭ

ପେଟ୍ରୋଲ୍ ପମ୍ପ ଆଗରେ କଂଗ୍ରେସର ବିକ୍ଷୋଭ
ଭୁବନେଶ୍ୱର : ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଲିଟର ଶହେ ଟପିଲାଣି । ତେଣୁ ଏଆଇସିସିର ଆହ୍ୱାନ କ୍ରମେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି । ରାଜ୍ୟ କଂଗ୍ରେସ କର୍ମୀମାନେ ଏହି ଧାରଣାରେ ସାମିଲ୍ ହୋଇଛନ୍ତି । ତୈଳ ଦର ହ୍ରାସ କରିବା ସହ ଟ୍ୟାକ୍ସ ପ୍ରତ୍ୟାହାର ନେଇ ଦଳ ପକ୍ଷରୁ ଦାବି କରାଯାଇଥିବା ଜଣାପଡ଼ିଛି । କରୋନାରେ ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସରକାର ଏହି ସମୟରେ ଦୈଳ ଦର ବଢ଼ାଇ ଚାଲିଛନ୍ତି । ଏହା ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ତୈଳ ଦର ସହ ଅନ୍ୟାନ୍ୟ ସାମଗ୍ରୀର ଦାମ ବୃଦ୍ଧି ପାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । କରୋନା ମହାମାରୀ ସମୟରେ ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ହେବାରେ ଲାଗିଛି । ରନ୍ଧନ ଗ୍ୟାସର ଦରବୃଦ୍ଧି ମଧ୍ୟ ହେଉଛି । ଫଳରେ ଅତ୍ୟାବଶକ ସାମଗ୍ରୀର ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ପଡୁଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଆହ୍ୱାନରେ ରାଜ୍ୟର ପ୍ରତି ଜିଲ୍ଲାରେ ଥିବା ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ତୈଳ ଦରବୃଦ୍ଧିର ପ୍ରତ୍ୟାହାର ଦାବିରେ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ସକାଳ ୭ଟାରୁ ୧୧ଟା ମଧ୍ୟରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଧାରଣା ଦେଇଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଓ ୧୦ ଜଣ ବ୍ଲକ ସଭାପତିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦଳୀୟ କର୍ମୀଙ୍କ ସହ ପେଟ୍ରୋଲ ପମ୍ପରେ ଧାରଣାରେ ବସିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ନିର୍ବାଚନ ସମୟରେ ତୈଳ ଦର ନିୟନ୍ତ୍ରଣକୁ ଆଣିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପାଳନ କରୁନାହାନ୍ତି । ସରକାର ଏବେ ପେଟ୍ରୋଲ ଓ ଡିଜେଲ ଉପରୁ ୨୬ ପ୍ରତିଶତ ଟ୍ୟାକ୍ସ ନେଉଛନ୍ତି, ଏହା ତୁରନ୍ତ ପ୍ରତ୍ୟାହାର କରାଯାଉ । ନଚେତ୍ ଆଗାମୀ ଦିନରେ କଂଗ୍ରେସ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।