କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପ୍ରସ୍ତାବକୁ ଖାରଜ କରିଦେଇଛି ଆମେରିକା
କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପ୍ରସ୍ତାବକୁ ଖାରଜ କରିଦେଇଛି ଆମେରିକା
admin
Jun 11, 2021 - 06:20
Updated: Jun 11, 2021 - 06:20
ଭୁବନେଶ୍ୱର : କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପ୍ରସ୍ତାବକୁ ଖାରଜ କରିଦେଇଛି ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ । ଭାରତ ବାୟୋଟେକ ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇନାହିଁ । ଯାହା ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି । ଅପରପକ୍ଷରେ ବ୍ରିଟେନ ବିଶ୍ୱକୁ ୧୦ କୋଟି ଟିକା ଦାନ କରିବାକୁ ଘୋଷଣା କରିଛି । ଆସନ୍ତା ବର୍ଷ ଭିତରେ ଏହା ଦିଆଯିବ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପ୍ରକାଶ କରିଛନ୍ତି ।
ଦେଶରେ କୋଭାକ୍ସିନ ଦିଆଯାଉଥିଲେ ବି କମ୍ପାନୀ ପକ୍ଷରୁ ଏଯାବତ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଂକ୍ରାନ୍ତୀୟ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଇନାହିଁ । ତେବେ ଭାରତ ବାୟୋଟେକର ଆମେରିକୀୟ ସହଯୋଗୀ ଓସୁଜେନ ପକ୍ଷରୁ କୁହାଯାଇଛିଯେ, କମ୍ପାନୀ ପକ୍ଷରୁ କୋଭାକ୍ସିନର ପୂର୍ଣ୍ଣ ଅନୁମୋଦନ ପାଇଁ ଆବେଦନ କରାଯାଇଛି । ସେହିପରି ଆମେରିକାର ଏଫଡ଼ିଏ କୋଭାକ୍ସିନର ଅତିରିକ୍ତ ପରୀକ୍ଷଣ ପାଇଁ କହିଥିବାବେଳେ ଏହାପରେ କମ୍ପାନୀ ଲାଇସେନ୍ସ ପାଇଁ ଆବେଦନ କରିପାରିବ ବୋଲି କୁହାଯାଇଛି । ଯେଉଁଥିପାଇଁ ଏବେ କମ୍ପାନୀ ପକ୍ଷରୁ ୪ର୍ଥ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା କୁହାଯାଉଛି ।