ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ
ଗୌହାଟୀ : ଆସାମର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପରଲୋକ ଘଟିଛି । ଦୀର୍ଘଦିନ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ରହିଥିବା ଗୋଗୋଇ ଆଜି ୮୬ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ବର୍ଷୀୟାନ କଂଗ୍ରେସ ନେତା ଗୋଗୋଇ ୩ଥର ଆସାମର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ୬ ଥର ସାଂସଦ ଭାବରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ୧ ଏପ୍ରିଲ ୧୯୩୬ରେ ଗୋଗୋଇ ଜୋରହାଟରେ ଜନ୍ମ ଗ୍ରହଣ କରିଥିଲେ । ଆଇନ ଡିଗ୍ରୀ ହାସଲ କରିଥିବା ଗୋଗୋଇ ୧୮ ମେ, ୨୦୦୧ରେ ଆସାମର ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ଦାୟିତ୍ୱ ଗ୍ରହଣ କରିଥିଲେ । କରୋନାରେ ଆକ୍ରାନ୍ତ ହୋଇଥିବା ଗୋଗୋଇଙ୍କୁ ୨୬ ଅଗଷ୍ଟ ୨୦୨୦ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏକାଧିକ ଅଙ୍ଗ କାମ ନକରିବାରୁ ୨୩ ନଭେମ୍ବର ୫.୩୪ମିନିଟରେ ତାଙ୍କର ପରଲୋକ ହୋଇଥିଲା । ଗୋଗୋଇଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।