ବିଜେପି ହାତର କଣ୍ଢେଇ ପାଲଟିଛନ୍ତି ଆଜାଦ

ବିଜେପି ହାତର କଣ୍ଢେଇ ପାଲଟିଛନ୍ତି ଆଜାଦ

ବିଜେପି ହାତର କଣ୍ଢେଇ ପାଲଟିଛନ୍ତି ଆଜାଦ
ନୂଆଦିଲ୍ଲୀ : ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିଥିବା ଗୁଲାମ ନବୀ ଆଜାଦଙ୍କୁ ସମାଲୋଚନା କରିଛନ୍ତି ହରିୟାଣା ବିଧାୟକ କୁଲଦୀପ ବିଷ୍ଣୋଇ । ଆଜାଦ ବିଜେପି ହାତର କଣ୍ଢେଇ ପାଲଟି ଯାଇଛନ୍ତି ଏବଂ ଦଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଆଜାଦ କହିଛନ୍ତି । ଆଜାଦଙ୍କ ପଞ୍ଚତାରକା ମନ୍ତବ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି ବିଷ୍ଣୋଇ । ବିଭିନ୍ନ ନେତାଙ୍କ ନାମରେ ରହିଥିବା ମାମଲାରୁ ବିଜେପି ଫାଇଦା ନେବାକୁ ଚେଷ୍ଟା କରୁଛି । ଏହି କାରଣରୁ ଏକାଧିକ ନେତା ବିଜେପି ହାତର କଣ୍ଢେଇ ପାଲଟି ଯାଇଛନ୍ତି ।ଏପରି କରିବାକୁ ଦେବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କୁଲଦୀପ । ଆଜାଦ ୧୫ ବର୍ଷ ତଳେ ନିଜର ଶେଷ ନିର୍ବାଚନ ଜିତିଥିଲେ, ତେଣୁ ନିର୍ବାଚନ ଏବଂ ପଞ୍ଚତାରକା ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ କୁଲଦୀପ କହିଛନ୍ତି । ବର୍ତ୍ତମାନ ଯେଉଁ ନେତାମାନେ ନିର୍ବାଚନରେ ବିଜୟ ହାସଲ କରୁଛନ୍ତି ସେମାନଙ୍କ ମତାମତ ନିଆଯିବା ଆବଶ୍ୟକ ବୋଲି ଆଜାଦ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆଜାଦ ପଞ୍ଚତାରକା ମନ୍ତବ୍ୟ ଦେଇଥିଲେ । ନିର୍ବାଚନରେ ଜିତିବାକୁ ହେଲେ ଦଳୀୟ ନେତାଙ୍କୁ ପଞ୍ଚତାରକା ହୋଟେଲର ମୋହ ଛାଡି କାମ କରିବାକୁ ପଡିବ । ଥରେ ଦଳୀୟ ଟିକଟ ପାଇବା ପରେ କର୍ମୀ ମାନେ ପଞ୍ଚତାରକା ହୋଟେଲରେ ରୁମ ବୁକ କରୁଛନ୍ତି । ସାଧାରଣ ଲୋକଙ୍କ ପାଇଁ କାମ କରିବା ପରିବର୍ତ୍ତେ ଯେ ପର୍ଯ୍ୟନ୍ତ ଏହି ପଞ୍ଚତାରକା ବ୍ୟବସ୍ଥା ରହିବ ବିଜୟ ହାସଲ ସମ୍ଭବ ନୁହେଁ ବୋଲି ଆଜାଦ କହିଥିଲେ ।