ମତଦାନ ସମୟରେ ହିଂସା

ମତଦାନ ସମୟରେ ହିଂସା

ମତଦାନ ସମୟରେ ହିଂସା
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ତିନି ଲୋକସଭା ସିଟ୍ (ଜଲପାଇଗୁଡି,ଦାର୍ଜିଲିଙ୍ଗ,ରାୟଜଙ୍ଗ୍) ରେ ଭୋଟ୍ ଥିବାବେଳେ ଏହି ସମୟରେ ଭାରୀ ହିଂସା ଦେଖିବାକୁ ମିଳିଥିଲା । ଭିଡ଼ ରାୟଗଞ୍ଜର ଇସଲାମପୁରରେ ସିପିଏମ୍ ନେତା ମହମ୍ମଦ ସଲିମ୍ ର ଗାଡି ଉପରେ ଆକ୍ରମଣ କରିଥିଲେ । ତେବେ ସଲିମ୍ କୁ କୌଣସି ପ୍ରକାର କ୍ଷତ ନ ପହଂଚିଥିବା କଥା ମଧ୍ୟ କୁହାଯାଇଛି । ଏହା ପୂର୍ବରୁ ଭିଡ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ମଧ୍ୟ ଆକ୍ରମଣ କରି୍ଥିଲେ । ଭିଡକୁ ନିୟନ୍ତ୍ରୀତ କରିବା ପାଇଁ ସୁରକ୍ଷାବଳ ତରଫରୁ ଲୁହବୁହା ଗ୍ୟାସର ବ୍ୟବହାର କରାଯାଇଥିଲା । ପତ୍ରକାରଙ୍କ ଉପରେ ଆକ୍ରମଣ କରିବାର ଅଭିଯୋଗ ଟିଏମସି କାର୍ଯ୍ୟକର୍ତାଙ୍କ ଉପରେ ଲାଗିଛି । କୁହାଯାଉଛି କି ହିଂସା ପ୍ରସାରିତ କରୁଥିବା ଲୋକମାନେ ସ୍ଥାନୀୟ ଲୋକଙ୍କୁ ଭୋଟ୍ ଦେବାପାଇଁ ମନା କରିଥିଲେ । ଯାହା ପରେ ଏନଏଚ୍ ୩୪ କୁ ମଧ୍ୟ ଜାମ୍ କରିଥିଲେ । ଏହି ଘଟଣାଟି ଇସଲାମପୁର ନର୍ଥ ଦିନାଜପୁରର ଛୋପରାର । ହିଂସା କାରଣରୁ ସ୍ଥାନୀୟ ଲୋକମାନେ ଭୋଟ୍ ଦେବା ପାଇଁ ଡରୁଥିବା ନଜର ଆସିଥିଲେ । ଏହାପରେ ପୋଲିସ୍ ଭୋଟରଙ୍କୁ ବୁଝାଇବା ପାଇଁ ସୁରକ୍ଷା ଯୋଗାଇଦେବା କଥା କହିଥିଲେ । ଏହି ପୁରା ଘଟଣାରେ ପଶ୍ଚିମବଙ୍ଗର ନିର୍ବାଚନ କମିଶନ୍ ଜିଲ୍ଲା ପ୍ରଶାସନକୁ ଏନେଇ ରିପୋର୍ଟ ମାଗିଛି ।