ନିତି ଆୟୋଗ ରିପୋର୍ଟ : ଜଳ ପରିଚାଳନା କ୍ଷେତ୍ରରେ ଚତୁର୍ଦ୍ଧଶ ସ୍ଥାନରେ ଓଡ଼ିଶା
ନିତି ଆୟୋଗ ରିପୋର୍ଟ : ଜଳ ପରିଚାଳନା କ୍ଷେତ୍ରରେ ଚତୁର୍ଦ୍ଧଶ ସ୍ଥାନରେ ଓଡ଼ିଶା
admin
Aug 24, 2019 - 06:49
Updated: Aug 24, 2019 - 06:49
ନୂଆଦିଲ୍ଲୀ: ନିତି ଆୟୋଗ ଦ୍ୱାରା ଜଳ ପରିଚାଳନା କ୍ଷେତ୍ରରେ କମ୍ପୋଜିଟ ୱାଟର ମ୍ୟାନେଜମେଣ୍ଟ ଇଣ୍ଡେକ୍ସ (ମିଳିତ ଜଳ ପରିଚାଳନା ସୂଚକାଙ୍କ) ୨.୦ ରିପୋର୍ଟକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଉନ୍ମୋଚନ କରିଛନ୍ତି । ରିପୋର୍ଟର ସୂଚକାଙ୍କ ଅନୁସାରେ ଓଡ଼ିଶାର ଜଳ ପରିଚାଳନା କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ରହିଛି । ଜଳ ପରିଚାଳନା କ୍ଷେତ୍ରରେ ଗୁଜରାଟ ପ୍ରଥମ ସ୍ଥାନରେ ଥିବା ବେଳେ ଆନ୍ଧପ୍ରଦେଶ ଦ୍ୱିତୀୟ ଓ ମଧ୍ୟ ପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ହେଲେ ଓଡ଼ିଶା ଚତୁର୍ଦ୍ଧଶ ସ୍ଥାନରେ ରହିଛି । ୨୦୧୫-୧୬ ରେ ଓଡ଼ିଶା ଜଳ ପରିଚାଳନା କ୍ଷେତ୍ରରେ ୯ମ ସ୍ଥାନରେ ଥିବା ବେଳେ ୨୦୧୬-୧୭ରେ ଏହା ୧୩ ସ୍ଥାନକୁ ଖସି ଆସିଥିଲା । ଆଜି ଉନ୍ମୋଚିତ ହୋଇଥିବା ରିପୋର୍ଟରେ ଓଡ଼ିଶା ୨୦୧୬-୧୭ ତୁଳନାରେ ପୁଣି ଗୋଟିଏ ସ୍ଥାନ ତଳକୁ ଖସି ଆସିଛି । ତିନି ଆୟୋଗ ଦ୍ୱାରା ଜଳ ପରିଚାଳନା କ୍ଷେତ୍ରରେ ଦେଶରେ ୨୫ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ତାଲିକା ପ୍ରସ୍ତୁତ କରାଯାଇଛି । ଗୋଟିଏ ବର୍ଷରେ ପ୍ରଗତି ହିସାବରେ ରାଜ୍ୟ ମାନଙ୍କର ର୍ୟାଙ୍କିଂ ତାଲିକା ପ୍ରସ୍ତୁତ କରାଯାଇଛି । ରିପୋର୍ଟରେ ଓଡ଼ିଶା ୪୦ ପଏଣ୍ଟରୁ କମ୍ ସ୍କୋର କରିଛି । ଓଡିଶାର ସ୍କୋର ହେଉଛନ୍ତି ୪୨.୨ ଓ ୨୦୧୬-୧୭ ରେ ୪୧.୬ ଥିଲା । ଓଡ଼ିଶା ସମେତ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ନାଗାଲାଣ୍ଡ ଓ ମେଘାଳୟ ୪୦ ପଏଣ୍ଟରୁ କମ୍ ସ୍କୋର କରିଛନ୍ତି । ଓଡ଼ିଶା ସମେତ ୧୬ଟି ରାଜ୍ୟରେ ୫୦ ପଏଣ୍ଟରୁ କମ୍ ସ୍କୋରିଂ ଉନ୍ନତି ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ନିତି ଆୟୋଗ ରିପୋର୍ଟରେ କୁହାଯାଇଛି । ଏତଦ୍ ବ୍ୟତୀତ ଓଡ଼ିଶାରେ ୱାଟରସେଡ ବିକାଶ ପ୍ରଦର୍ଶନ ଉପରେ ସନ୍ତୋଷ ବ୍ୟକ୍ତ କରାଯାଇଛି । ହେଲେ ରାଜ୍ୟ ଦ୍ୱାରା ପାୱାର ଫିଡର୍ସକୁ ଅଲଗା କରାଯାଇନାହିଁ ।