ଆଜି କୁଳଭୂଷଣ ମାମଲାର ରାୟ

ଆଜି କୁଳଭୂଷଣ ମାମଲାର ରାୟ

ଆଜି କୁଳଭୂଷଣ ମାମଲାର ରାୟ
ନୂଆଦିଲ୍ଲୀ:ଇଂଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିଜ ବୁଧବାର ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ କରିବେ । ଅବସରପ୍ରାପ୍ତ ଭାରତୀୟ ନୌବାହିନୀ ଅଧିକାରୀ ଯାଦବଙ୍କୁ ଗୁପ୍ତଚର ବୃତି ଓ ଆତଙ୍କବାଦ ପାକିସ୍ତାନ ବନ୍ଦୀ କରିବା ସହ ଏହାର ସାମରିକ ଅଦାଲତ ଯାଦବଙ୍କୁ ତଥାକଥିତ ସ୍ୱୀକାରୋକ୍ତି ଆଧାରରେ ମୃତ୍ୟୁଦଣ୍ଡାଦେଶ ଦେଇଛି । ଭାରତ ଆଇସିଜେରୁ ଏହା ଉପରେ ରହିତାଦେଶ ଆଣିଛି । ବୁଧବାର ଅପରାହ୍ନ ୩ ଟାରେ ଦି ହେଗସ୍ଥିତ ଆଇସିଜେ ଅଦାଲତରେ ଏକ ଖୋଲା ଅଧିବେଶନରେ ଏହି ମାମଲାର ରାୟ ପ୍ରକାଶ କରିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ମୁଖ୍ୟ ବିଚାରପତି ଅବଦୁଲକ୍ୱାଇ ଅହମ୍ମଦ ୟୁଶୁଫ ରାୟ ଶୁଣାଇବେ ।