ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ
ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ
ବରଗଡ: ବରଗଡ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ପରାଲୋକ ହୋଇଯାଇଛି। ବରପାଲିର ନିଜ ଘରେ ରହୁଥିବା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। ସେ ୧୯୫୮ମସିହା ଅକ୍ଟୋବର ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମୃ୍ୟତୁ୍ୟ ବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା । ୧୯୯୫ରେ କଂଗ୍ରେସ ସରକାରରେ ସେ ମନ୍ତୀ ଥିଲେ । ଗତଥର ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ।
୧୯୯୦ ରେ କଂଗ୍ରେସ ପ୍ରାର୍ଥୀ ଭାବରେ ସେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ସ୍ୱର୍ଗତ ନିକୁଞ୍ଜ ସିଂ’ଙ୍କଠାରୁ ପରାସ୍ତ ହୋଇଥିଲେ । ସେ କିନ୍ତୁ ୧୯୯୫ ରେ ଏହି ଆସନ ଜିତି ତକôାଳୀନ କଂଗ୍ରେସ ସରକାରରେ ମନ୍ତ୍ରୀ ହୋଇଥିଲେ ।
୨୦୦୦ ରେ ପୁନର୍ବାର ସେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜେଡିର ଅଶୋକ ପାଣିଗ୍ରାହୀଙ୍କଠାରୁ ପରାସ୍ତ ହୋଇଥିଲେ । ପରେ, ସେ ନିଜ ଆସନକୁ ଭାଟଲିରେ ପରିବର୍ତ୍ତନ କରିଥିଲେ କିନ୍ତୁ ୨୦୦୪ ରେ କମ୍ ମାର୍ଜିନରେ ପରାସ୍ତ ହୋଇଥିଲେ ।