ମନ୍ତ୍ରୀ ପରିଷଦ ବୈଠକରେ ୨ ଲକ୍ଷ କୋଟିର ବଜେଟ୍କୁ ଅନୁମୋଦନ
ମନ୍ତ୍ରୀ ପରିଷଦ ବୈଠକରେ ୨ ଲକ୍ଷ କୋଟିର ବଜେଟ୍କୁ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟ ବଜେଟକୁ ନେଇ ଆସିଛି ବଡ଼ ଖବର। ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପ୍ରାୟ ୨ ଲକ୍ଷ କୋଟିର ବଜେଟକୁ ଅନୁମୋଦନ ଦିଆଯାଇଛି। ଆଜି ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବଜେଟକୁ ଅନୁମୋଦନ ମିଳିଛି ।
ତେବେ ଆସନ୍ତା ୩୦ ତାରିଖରେ ଗୃହରେ କାମଚଳା ବଜେଟ ବିଧାନସଭାରେ ଉପସ୍ଥାପନ ହେବ । ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ ବୋଲି ଜଣାଯାଇଛି ।
ପ୍ରକାଶ ଯେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଶନିବାର ଫଳାଫଳ ପ୍ରକାଶ ସହ ଉଠିଛି ଆଦର୍ଶ ଆଚରଣ ବିଧି । ନିର୍ବାଚନ ପ୍ରକ୍ରିୟା ଶେଷ ପରେ ପ୍ରଥମ ମନ୍ତ୍ରୀ ପରିଷଦ ଆଜି ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ।