ଅରେଞ୍ଜ,ରେଡ୍,ୟେଲୋ ୱାର୍ଣ୍ଣିଂ ଜାରୀ

ଅରେଞ୍ଜ,ରେଡ୍,ୟେଲୋ ୱାର୍ଣ୍ଣିଂ ଜାରୀ

ଅରେଞ୍ଜ,ରେଡ୍,ୟେଲୋ ୱାର୍ଣ୍ଣିଂ ଜାରୀ
ଭୁବନେଶ୍ୱର : ଗତକାଲି ଘଂଟା ପ୍ରତି ୧୬ କିମି ବେଗରେ ଆସୁଥିବା ଫୋନି ଆଜି କ୍ଷୀପ୍ରଗତିରେ ଆଗକୁ ବଢୁଛି । ଗତ ୬ ଘଂଟା ମଧ୍ୟରେ ୩୦ରୁ ୪୦ କିମି ବେଗରେ ଉତର ପଶ୍ଚିମ ଦିଗକୁ ଅଗ୍ରସର ହେଉଛି । ବାତ୍ୟା ଫୋନି ପାଇଁ ଅରେଞ୍ଜ, ରେଡ୍ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨ରୁ ୭ ତାରିଖ ଯାଏଁ ୭ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ କରାଯାଇଛି । ଗଞ୍ଜାମ, ଗଜପତି, ପୁରୀ , ଖୋର୍ଦ୍ଧ, କୋରାପୁଟ, ରାୟଗଡା, ଓ କନ୍ଧମାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ଦିଆଯାଇଛି । ୩ରୁ ୪ ତାରିଖ ପର୍ଯ୍ୟନ୍ତ ୧୭ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ,କେନ୍ଦ୍ରାପଡା ,ବାଲେଶ୍ୱର, କନ୍ଧମାଳ,ରାୟଗଡା,ଅନୁଗୁଳ, ଢେଙ୍କାନାଳ, କେନ୍ଦୁଛର,ମୟୂରଭଞ୍ଜ ଜିଲ୍ଳା ଗୁଡିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ଫୋନି ପାଇଁ ୩ରୁ ୪ ତାରିଖ ଯାଏଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପ୍ରଶାସନ । ବୌଦ୍ଧ, କନ୍ଧମାଳ, ସମ୍ବଳପୁର ଓ ଦେବଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।