ସଡକ ଦୁର୍ଘଟଣାରେ ୫ ଜଣ ମୃତ

ସଡକ ଦୁର୍ଘଟଣାରେ ୫ ଜଣ ମୃତ

ସଡକ ଦୁର୍ଘଟଣାରେ ୫ ଜଣ ମୃତ
ମାଣ୍ଡି : ହିମାଳଚ ପ୍ରଦେଶର ମାଣ୍ଡି ଅଞ୍ଚଳ ପଧାର ଗାଁରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଘଟଣାରୁ ଜଣାପଡୁଛି ଯେ, ଜିପ୍ଟି ରାସ୍ତାରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଭୀର ଖାତ ମଧ୍ୟକୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।