ପୁରୀଠାରୁ ୬୮୦ କିମି ଦୂରରେ ବାତ୍ୟା ‘ଅସାନି’

ପୁରୀଠାରୁ ୬୮୦ କିମି ଦୂରରେ ବାତ୍ୟା ‘ଅସାନି’

ପୁରୀଠାରୁ ୬୮୦ କିମି ଦୂରରେ ବାତ୍ୟା ‘ଅସାନି’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନି’ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳର ନିକଟତର ହେଉଛି । ପୁରୀଠାରୁ ଉତ୍ତର-ଉତ୍ତରପୂର୍ବ ଦିଗରେ ୬୮୦କିମି ଦୂରରେ କେନ୍ଦ୍ରୀଭୂତ ହେଉଛି । ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଏହା ଗତି କରୁଛି । ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ନଥିଲେ ମଧ୍ୟ ଉପକୂଳ ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ୧୦ରୁ ୧୨ ତାରିଖ ପର୍ୟ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଉପକୂଳ ନିକଟ ଦେଇ ଅସାନି ଗତି କଲାବେଳେ ୪୦ରୁ ୫୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ତେଣୁ ଓଡିଶାର ସାମୁଦ୍ରିକ ବନ୍ଦର ପାଇଁ ବିପଦଦ ସଙ୍କେତ-୨ ଜାରି କରାଯାଇଛି । 

ଏହା ସହିତ ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।