ରାଜ୍ୟ କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ

ରାଜ୍ୟ କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ

 ରାଜ୍ୟ କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର: ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ରାଜ୍ୟ କଂଗ୍ରେସ ନେତା। ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସର ଏକାଧିକ ନେତା। ଏହି ତାଲିକାରେ ଅଛନ୍ତି, ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ରମେଶ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଚିରଞ୍ଜୀବ ବିଶ୍ବାଳ ।

କଂଗ୍ରେସ ନେତାମାନେ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ଥିବା ଜଣାପଡିଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି, ବିଧାୟକ ଦଳ ନେତା ପରିବର୍ତ୍ତନ ସହ ଆସନ୍ତା ୨୦୨୪ ନିର୍ବାଚନରେ ଦଳକୁ ଅଧିକ ସୁଦୃଢ କରିବା ଦିଗରେ ଆଲୋଚନା ହେବ ବୋଲି ଜଣାପଡିଛି । 

ଆସନ୍ତାକାଲି ଦଳର ସମସ୍ତ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ହେଭିଓ୍ବେଟଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ପିସିସି ପଦ ପାଇଁ ବିଭିନ୍ନ ଗୋଷ୍ଠୀଙ୍କ ଲବି ଜୋରଦାର ହୋଇଛି । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ବିଧାୟକ ଗୋଷ୍ଠୀ ଦାବି କରିଛନ୍ତି । ଏହି ରେସରେ ଆଗରେ ଅଛନ୍ତି ମହମ୍ମଦ ମୋକିମ ଓ ତାରାପ୍ରସାଦ ବାହିନୀପତି । ସେହିପରି ଅନ୍ୟ ନେତାଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ଭକ୍ତ ଦାସ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ ଆଗରେ ଅଛି । ତେବେ ହାଇକମାଣ୍ଡ କାହାକୁ ପିସିସି ମଙ୍ଗ ଧରାଇବେ, ସେନେଇ ଦଳୀୟ ରାଜନୀତି ଉଷ୍ମ ରହିଛି ।