ପୁଣି ବହିବ ତତଲା ପବନ
ପୁଣି ବହିବ ତତଲା ପବନ
ଭୁବନେଶ୍ୱର: ବାତ୍ୟା ‘ଅସାନି’ ଫୁସକିଗଲା । ଓଡ଼ିଶାରେ ପତ୍ର ବି ହଲିଲାନି । ବର୍ଷା ବି ଅଳ୍ପ ହେଲା । ହେଲେ ଏହା ପ୍ରକୋପରୁ ରାଜ୍ୟରେ ଗରମ ପୂରା ଗାଏବ ହୋଇଯାଇଥିଲା । ହେଲେ ଏବେ ବାତ୍ୟା ପଳାଇବା ପରେ ରାଜ୍ୟରେ ଏବେ ଗରମ ବଢ଼ିବ ବୋଲି ପାଣିପାଗ ବୈଜ୍ଞାନିକ ଆକଳନ କରିଛନ୍ତି । ଉତ୍ତର ପଶ୍ଚିମ ଭାରତରେ ପୁଣି ଗ୍ରୀଷ୍ମ ପ୍ରକୋପ ବଢ଼ିବାରେ ଲାଗିଛି । ଆଉ କିଛି ଦିନ ଭିତରେ ରାଜ୍ୟକୁ ପୁଣି ଆସିବ ଉତ୍ତରପଶ୍ଚିମ ପଟୁ ତତଲା ପବନ । ବଢ଼ିବ ଗ୍ରୀଷ୍ମ । ଉପକୂଳ ଓଡ଼ିଶାରେ ଏଣିକି ଗୁଳୁଗୁଳି ବି ବଢ଼ିବ । ତେବେ ପାଣିପାଗ ବିଭାଗ ନିକଟରେ ଜାରି କରିଥିବା ପୂର୍ବାନୁମାନରେ ମେ’ ମାସରେ ରାଜ୍ୟରେ ଗରମ ଅପେକ୍ଷାକୃତ କମ୍ ରହିବା ସହ ବର୍ଷା ଭଲ ହେବ ବୋଲି ଆକଳନ କରାଯାଇଥିଲା ।
ଅସାନି ବାତ୍ୟା ଗତକାଲି ସନ୍ଧ୍ୟାରେ ଆନ୍ଧ୍ରର ମଛଲିପଟ୍ଟନମ ପାଖାପାଖି ଉପକୂଳ ଛୁଇଁଥିଲା । ମାତ୍ର ସେତେବେଳକୁ ଏହା ଆଉ ବାତ୍ୟା ନଥିଲା । ଦୁର୍ବଳ ହୋଇ ଗଭୀର ଅବପାତ ଥିଲା । ଆଜି ସକାଳକୁ ଏହା ଆହୁରି ଦୁର୍ବଳ ହୋଇ ଅବପାତ ହୋଇଛି । ଏହାର କୌଣସି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନୋଲି ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କାର୍ଯ୍ୟାଳୟ ବିଶେଷଜ୍ଞ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।




admin 