ପୁଣି ଏକ ନୂଆ ପ୍ରଜାତିର କୋଭିଡ୍ ଭାଇରସ୍, ସି.୧.୨ : ଟିକାକୁ ବି ମାନୁନି
ପୁଣି ଏକ ନୂଆ ପ୍ରଜାତିର କୋଭିଡ୍ ଭାଇରସ୍, ସି.୧.୨ : ଟିକାକୁ ବି ମାନୁନି

ନୂଆଦିଲ୍ଲୀ: ଡେଲ୍ଟା, ଡେଲ୍ଟା ପ୍ଲସ୍ ପ୍ରଜାତି କୋଭିଡ୍ ଭାଇରସ୍ ପରେ ଏବେ ପୁଣି ଏକ ନୂଆ ପ୍ରଜାତିର ଭାଇରସ୍ ଭୟ ସଂଚାର କରିବା ଆରମ୍ଭ କରିଛି। ସି.୧.୨ ନାମକ ଏହି ନୂଆ ପ୍ରଜାତିର ଭାଇରସ୍ ଅଧିକ ସଂକ୍ରାମକ ହୋଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ପ୍ରଜାତି ଅନ୍ୟ ରାଷ୍ଟ୍ରରେ ବି ଚିହ୍ନଟ ହେଲାଣି । ଏହା ଆଗକୁ ଅଧିକ ସଂକ୍ରାମକ ହୋଇପାରେ । ଟିକାର ସୁରକ୍ଷା ବି ଏହି ପ୍ରଜାତି ବିରୋଧରେ କାମ ଦେବନାହିଁ ବୋଲି କୁହାଯାଇଛି । ଦକ୍ଷିଣ ଆଫ୍ରିକାର ଏନଆଇସିଡି (ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ କମୁ୍ୟନିକେବଲ ଡିଜିଜ) କେଆରଆଇଏସପି (କ୍ୱାଜୁଲୁ ନାଟାଲ ରିସର୍ଚ୍ଚ ଇନୋଭେସନ ଆଣ୍ଡ ସିକ୍ୱେନ୍ସିଂ ପ୍ଲାଟଫର୍ମ୍ି) ବୈଜ୍ଞାନିକଙ୍କ ଦ୍ୱାରା ହୋଇଥିବା ଅଧ୍ୟୟନ ଅନୁଯାୟୀ ସି.୧.୨ ଅଧିକ ସଂକ୍ରାମକ । ଏହା ପ୍ରଥମେ ମେ’ରେ ଚିହ୍ନଟ ହୋଇଥିଲା । ତେବେ ଅଗଷ୍ଟ ୧୩ ସୁଦ୍ଧା ଏହି ପ୍ରଜାତି ଚୀନ, ମରିସସ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପର୍ତୁଗାଲ, ସ୍ୱିଜରଲାଣ୍ଡରେ ଚିହ୍ନଟ ହେଲାଣି । ଏହି ନୂଆ ପ୍ରଜାତି ସି.୧.୨ ଅନ୍ୟ ପ୍ରଜାତି ତୁଳନାରେ ଅଧିକ ରୂପାନ୍ତରିତ ହେଉଛି ।