ପିଲାଙ୍କ ଅନଲାଇନ ଗେମ ଉପରେ ଚୀନର କଟକଣା, ସପ୍ତାହକୁ ସର୍ବାଧିକ ୩ ଘଣ୍ଟା ଖେଳି ପାରିବେ

ପିଲାଙ୍କ ଅନଲାଇନ ଗେମ ଉପରେ ଚୀନର କଟକଣା, ସପ୍ତାହକୁ ସର୍ବାଧିକ ୩ ଘଣ୍ଟା ଖେଳି ପାରିବେ

ପିଲାଙ୍କ ଅନଲାଇନ ଗେମ ଉପରେ ଚୀନର କଟକଣା, ସପ୍ତାହକୁ ସର୍ବାଧିକ ୩ ଘଣ୍ଟା ଖେଳି ପାରିବେ

ନୂଆଦିଲ୍ଲୀ: ପିଲାମାନଙ୍କୁ ଅନଲାଇନ ଗେମଠାରୁ ଦୂରେଇ ରଖିବା ଲାଗି ଚୀନ ସରକାର କଠୋର କଟକଣା ଲଗାଇଛନ୍ତି।  କିଶୋରାବସ୍ଥାର ପିଲାମାନେ ସପ୍ତାହକୁ ସର୍ବାଧିକ ୩ ଘଣ୍ଟା ଗେମ ଖେଳିପାରିବେ ବୋଲି ସରକାର ଘୋଷଣା କରିଛନ୍ତି। ଅନଲାଇନ ଗେମ ବଜାର ଲାଗି ଏହା ଏକ ଶକ୍ତ ଝଟ୍କା ସାବ୍ୟସ୍ତ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନଲାଇନ ଗେମିଂ କମ୍ପାନିଗୁଡ଼ିକ ପିଲାମାନଙ୍କୁ ଶୁକ୍ରବାର, ସପ୍ତାହାନ୍ତ ଓ ଛୁଟି ଦିନରେ କେବଳ ରାତି ୮ ଟାରୁ ୯ଟା ପର୍ୟ୍ୟନ୍ତ ଅନଲାଇନ ଗେମ ଖେଳିବାର ସୁବିଧା ଦେଇପାରିବେ। ପୂର୍ବରୁ ପିଲାମାନଙ୍କ ଲାଗି ପ୍ରତି ଦିନ ଦେଢ଼ ଘଣ୍ଟା ଗେମ ଖେଳିବାର ଅନୁମତି ଦିଆଯାଇଥିଲା । ସେହି ନିୟମକୁ ଏବେ ଆହୁରି କଠୋର କରାଯାଇଛି। ଅସଲି ନାମରେ ପଞ୍ଜୀକରଣ ହୋଇନଥିବା କୌଣସି ଆକାଉଣ୍ଟକୁ ଚୀନର କମ୍ପାନି ଗେମ୍ ଖେଳିବାର ଅନୁମତି ଦେଇପାରିବ ନାହିଁ । ପ୍ରତିଟି ଆକାଉଣ୍ଟକୁ ସେଠାରେ ସରକାରୀ ଆଣ୍ଟି  ଆଡିକ୍ସନ ସିଷ୍ଟମ ସହ ଯୋଡିବାକୁ ହେବ। ପିଲାମାନଙ୍କ ମଧ୍ୟରେ ରହିଥିବା ଗେମ ନିଶାକୁ କମ କରିବା ଲାଗି ଅଭିଭାବକ, ସ୍କୁଲ ଓ ନାଗରିକ ସମାଜ ସହ ମିଶି ସରକାରି ସଚେତନତା ସୃଷ୍ଟି କରିବା ଉପରେ ବିଚାର କରୁଛନ୍ତି । ଅନଲାଇନ ଗେମରେ ଅଧିକ ସମୟ ବିତାଇ ପିଲାମାନେ ନିଜ ଲକ୍ଷ୍ୟ ପଥରୁ ବିଚୁ୍ୟତ ନହୁଅନ୍ତୁ ବୋଲି ସରକାର ଚାହୁଁଛନ୍ତି । ଭବିଷ୍ୟତରେ ସେମାନେ ଉପôାଦନକ୍ଷମ ନାଗରିକ ଭାବେ ଉଭା ହୁଅନ୍ତି ବୋଲି ଚାହୁଛନ୍ତି । ଚୀନ ସରକାରଙ୍କ ଏହି ଘୋଷଣା ପରେ ସେଠାକାର ଅନଲାଇନ ଗେମିଂ କମ୍ପାନୀ ଯଥା ଟେନସେଣ୍ଟ, ନେଟଇଜି, ପ୍ରୋସୁସ ଏନଭିି ଆଦିର ସେୟାର ଦାମ ହ୍ରାସ ପାଇଛି । ଏହି କ୍ଷେତ୍ରରେ ଟେନସେଣ୍ଟ ହେଉଛି ଚୀନର ସବୁଠୁ ବଡ଼ କମ୍ପାନି । ଏହା ଉପରେ ବିଭିନ୍ନ ଉପାୟରେ ସରକାର ଚାପ ପ୍ରୟୋଗ କରୁଛନ୍ତି ।