ମନି ଲଣ୍ଡରିଂ ମାମଲା, ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ଜେରା

ମନି ଲଣ୍ଡରିଂ ମାମଲା, ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ଜେରା

ମନି ଲଣ୍ଡରିଂ ମାମଲା, ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ଜେରା

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି (ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ) ଜେରା କରିଛି । ୫ ଘଣ୍ଟା ଧରି ଜ୍ୟାକଲିନଙ୍କୁ ଇଡି ଜେରା କରିଥିବା ଜଣାପଡ଼ିଛି । ତେବେ ମାମଲାରେ ସେ ଅଭିଯୁକ୍ତ ନୁହନ୍ତି । ଜଣେ ସାକ୍ଷୀ ଭାବେ ତାଙ୍କୁ ଜେରା କରାଯାଇଛି । ସୁରେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଥିବା ବହୁ କୋଟି ଟଙ୍କାର ମନ ଲଣ୍ଡି୍ରଂ ମାମଲାରେ ଇଡି ଜ୍ୟାକଲିନଙ୍କୁ ଜେରା କରିଛି । ଜେରା ବାବଦରେ ଅଧିକ ତଥ୍ୟ ଦେବାକୁ ଜାକଲିନଙ୍କ ଓକିଲ ମନା କରିଦେଇଛନ୍ତି । ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜାକଲିନଙ୍କୁ ଫସାଇ ଦିଆଯାଇଛି ବୋଲି ତାଙ୍କର ଜଣେ ସହଯୋଗୀ କହିଛନ୍ତି ।