କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ

କେରଳ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ: କେରଳ ଛୁଇଁଲା ମୌସୁମୀ । କେରଳରେ ଆରମ୍ଭ ହୋଇଯାଇଛି ମୌସୁମୀ ବର୍ଷା । କେରଳରେ ମୌସୁମୀ ଆସିଲା ବୋଲି ଆଇଏମଡି ନୂଆ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି କେରଳ ଛୁଇଁଛି ମୌସୁମୀ । ଏହାର ପ୍ରଭାବରେ କେରଳର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି । ପ୍ରକାଶ ଯୋଗ୍ୟ ଯେ ପ୍ରତି ବର୍ଷ ଜୁନ ପହିଲାରେ କେରଳ ଛୁଉଁଥିବା ମୌସୁମୀ ଏଥର ୮ ଦିନ ବିଳମ୍ବରେ କେରଳ ଛୁଇଁଲା । ମୌସୁମୀ ପ୍ରଭାବରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କେରଳ ଓ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ୯ ଓ ୧୦ ତାରିଖ ପାଇଁ କେରଳରେ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।