ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌

ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌

ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌
ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବା ପରେ ସେ ଆଇସୋଲେଶନରେ ରହିଛନ୍ତି । ଏବେ ପର୍ୟ୍ୟନ୍ତ ତାଙ୍କଠାରେ କିନ୍ତୁ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ । ଗତ ଏପ୍ରିଲ ମାସରେ ଜନସନ କରୋନାରେ ପୀଡ଼ିତ ହୋଇ ସେଣ୍ଟ ଥମାସ ହସ୍ପିଟାଲରେ ତିନି ରାତି ରହିବା ପରେ ସୁସ୍ଥ ହୋଇ ଫେରିଥିଲେ । ମିଳିଥିବା ସୂଚନା ଅନୁସାରେ ସାଂସଦ ଲି ଆଣ୍ଡରସନ୍‌ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଜନସନ୍‌ ନିକଟରେ ୩୫ ମିନିଟ୍‌ ପର୍ୟ୍ୟନ୍ତ ସାଂସଦଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ଆଣ୍ଡରସନ୍‌ ମଧ୍ୟ ସାମିଲ୍‌ ରହିଥିଲେ । ଏହା ଜାଣିବା ପରେ ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଏବେ ସେ ୧୦ ଦିନ ଆଇସୋଲେଶନରେ ରହିବା ନେଇ ନ୍ୟାସନାଲ୍‌ ହେଲ୍ଥ ସର୍ଭିସ୍‌ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ, ୟୁକେରେ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ ପ୍ରଭାବରେ ୫୮ ହଜାର ୨୯୫ ଜଣଙ୍କର ପ୍ରାଣହାନି ଘଟିଛି । ସମଗ୍ର ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟାରେ ୫ ନମ୍ବର ସ୍ଥାନରେ ରହିଥିବା ବେଳେ ୟୁରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ବ୍ରିଟେନ ।