ଆମେ କଣ ଦେଶର ନାଗରିକ ନୋହୁଁ : ସର୍ବୋାଚ୍ଚ କୋର୍ଟଙ୍କୁ ପ୍ରଶ୍ପ କଲେ କାପ୍ପାନଙ୍କ ପରିବାର

ଆମେ କଣ ଦେଶର ନାଗରିକ ନୋହୁଁ : ସର୍ବୋାଚ୍ଚ କୋର୍ଟଙ୍କୁ ପ୍ରଶ୍ପ କଲେ କାପ୍ପାନଙ୍କ ପରିବାର

ଆମେ କଣ ଦେଶର ନାଗରିକ ନୋହୁଁ : ସର୍ବୋାଚ୍ଚ କୋର୍ଟଙ୍କୁ ପ୍ରଶ୍ପ କଲେ କାପ୍ପାନଙ୍କ ପରିବାର
ନୂଆଦିଲ୍ଲୀ : ୟୁଏପିିଏ ମାମଲାରେ ଜେଲରେ ବନ୍ଦ ଥିବା ସାମ୍ବାଦିକ ସିଦ୍ଧିକି କାପ୍ପାନଙ୍କ ପରିବାର ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି । ଦେଶରେ ଜଣେ ସାମ୍ବାଦିକଙ୍କୁ ନ୍ୟାୟ ମିଳୁଥିବା ବେଳେ ଆଉ ଜଣଙ୍କ ପ୍ରତି ନ୍ୟାୟିକ ବ୍ୟବସ୍ଥାର ଅଲଗା ମାନଦଣ୍ଡ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି କାପ୍ପାନଙ୍କ ପତ୍ନୀ ରିହାନ୍ନା । ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୭ ଦିନ ମଧ୍ୟରେ ଜାମିନ ମିଳୁଥିବା ବେଳେ ମୋ ସ୍ୱାମୀଙ୍କୁ ପରିବାର ସହ ଦେଖା ହେବାର ସୁଯୋଗ ମିଳୁନାହିଁ ବୋଲି କହିଛନ୍ତି ରିହାନ୍ନା । ଗିରଫ କରାଯାଇ ୟୁଏପିଏ ମାମଲା ରୁଜୁ କରାଯାଇଥିଲେ ମଧ୍ୟ ଆମକୁ ଆଦୌ ସୂଚନା ମଧ୍ୟ ପ୍ରଦାନ କରାଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ହାଥ୍ରାସ ଗଣ ଦୁଷ୍କର୍ମ ମାମଲାରେ ଖବର ସଂଗ୍ରହ ପାଇଁ ଯାଇଥିବା କାପ୍ପାନଙ୍କୁ ମଥୁରାରେ ପୋଲିସ ଗିରଫ କରିଥିଲା । କେରଳର ଏକ ପୋର୍ଟାଲ ନିମନ୍ତେ ଖବର ସଂଗ୍ରହ ପାଇଁ ଯାଇଥିଲେ କାପ୍ପାନ । ଗିରଫ ପରେ ତୁରନ୍ତ କୋର୍ଟରେ ହାଜର ମଧ୍ୟ କରାଯାଇନଥିଲା । ଯାହାକି ତାଙ୍କର ନାଗରିକତ୍ୱ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି ରିହାନ୍ନା ଅଭିଯୋଗ କରିଛନ୍ତି । ଏହି ମାମଲାର ତଦନ୍ତ ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଲ୍ଲୀ ପୋଲିସକୁ ନିଦେ୍ର୍ଧଶ ଦିଆଯାଇଥିଲେ ମଧ୍ୟ ମଥୁରା ତାଙ୍କ ନ୍ୟାୟିକ ପରିଧି ବାହାରେ ବୋଲି କମିଶନର ପ୍ରକାଶ କରିଛନ୍ତି । କାପ୍ପାନଙ୍କ ସହିତ ଆଉ ୩ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଜଣଙ୍କୁ ମଧ୍ୟ ଜାମିନ ମିଳିପାରି ନାହିଁ । ମଥୁରାର ସ୍ଥାନୀୟ କୋର୍ଟ ସମସ୍ତଙ୍କ ବେଲ ଆବେଦନକୁ ଖାରଜ କରିଥିବା ବେଳେ ସୁପ୍ରିମକୋର୍ଟରେ ଦାୟର କରାଯାଇଥିବା ମାମଲାର ଆଜି ଶୁଣାଣି ହେବ । ସମସ୍ତଙ୍କ ବିରୋଧରେ ଦେଶଦ୍ରୋହ, ୟୁଏପିଏ ସହିତ ୨୯୫ ଏ ଏବଂ ୧୫୩ ଏ ଆଧାରରେ ମାମଲା ରୁଜୁ କରାଯାଇଛି ।