ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା, ଜାଣନ୍ତୁ କାହିଁକି

ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା, ଜାଣନ୍ତୁ କାହିଁକି

ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା, ଜାଣନ୍ତୁ କାହିଁକି
ମାଲକାନଗିରି: ବହୁ ଚର୍ଚ୍ଚିତ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତୁ୍ୟ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ସ୍ଥାନୀୟ ଏସଡିଜେଏମ କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ରବିବାର ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ୪ ସହକର୍ମୀଙ୍କ ନାମରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି । ଆଇପିସିର ୩୦୨, ୫୦୬, ୨୦୧, ୨୦୪, ୧୨୦ (ବି) ୩୪ରେ ମାଲକାନଗିରି ପୁଲିସ ଦ୍ୱାରା ମାମଲା ରୁଜୁ କରାଯାଇଛି । ମନୀଷଙ୍କ ସମେତ ତାଙ୍କ ପିଏ ଭଗବାନ ପାଣିଗ୍ରାହୀ, ଦୁଇ ଷ୍ଟେନୋ ପ୍ରକାଶ ସ୍ୱାଇଁ ଓ ବେଣୁଙ୍କ ବିରୋଧରେ ମଧ୍ୟ ପୁଲିସ ମାମଲା ରୁଜୁ କରିଛି । ସୂଚନା ଅନୁଯାୟୀ ସତୀଗୁଡ଼ା ଜଳଭଣ୍ଡାରରୁ ଦେବନାରାୟଣଙ୍କ ମୃତଦେହ ଉଦ୍ଧାର ଘଟଣାକୁ ପ୍ରାୟ ବର୍ଷେ ବିତିଯାଇଛି । ପୂର୍ବରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ପୁଲିସ ପକ୍ଷରୁ ତଦନ୍ତରେ କୁହାଯାଉଥିଲା । ଏହାକୁ ଦେବନାରାୟଣଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରିନଥିଲେ । ଏହା ଏକ ହତ୍ୟା ମାମଲା ବୋଲି ମୃତ ଦେବନାରାୟଣଙ୍କ ସ୍ତ୍ରୀ ବନଜା ପଣ୍ଡା ଅଭିଯୋଗ ଆଣି ମାଲକାନଗିିରି ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ପୁନଃ ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏ ନେଇ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ମତାମତ ମିଳିପାରିନଥିବା ବେଳେ କୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଏହାର ପୁନଃ ତଦନ୍ତ ଆରମ୍ଭ ହେବ । ଏଥିପାଇଁ ମାମଲା ରୁଜୁ କରାଯାଇଥିବା ମାଲକାନଗିରି ଆଇଆଇସି ସ୍ପଷ୍ଟ କରିଛନ୍ତି ।